ଭୁବନେଶ୍ୱର: ଗାଡି ଚୋରି ଗ୍ୟାଙ୍ଗ ଠାବ, ୩ ଇଂଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ସୋମବାର ଏକ ଗାଡି ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହି ଗ୍ୟାଙ୍ଗରେ ସାମିଲ ଥିବା ୩ ଜଣ ଇଂଜିନିୟରିଂ, ଜଣେ ଏମବିଏ ଛାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମନାଙ୍କ ପାଖରୁ ୪ଟି ବାଇକ ଓ ଗୋଟିଏ ସ୍କର୍ପିଓ ଜବତ କରାଯାଇଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଗାଡି ଚୋରି ସମ୍ପର୍କରେ ସୂଚନା ମିଳିବା ପରେ ଜଣଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ବେଳେ ଏହି […]

student

Rakesh Mallick
  • Published: Monday, 15 June 2015
  • , Updated: 15 June 2015, 09:06 AM IST

ଭୁବନେଶ୍ୱର: କମିଶନରେଟ ପୋଲିସ ସୋମବାର ଏକ ଗାଡି ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହି ଗ୍ୟାଙ୍ଗରେ ସାମିଲ ଥିବା ୩ ଜଣ ଇଂଜିନିୟରିଂ, ଜଣେ ଏମବିଏ ଛାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମନାଙ୍କ ପାଖରୁ ୪ଟି ବାଇକ ଓ ଗୋଟିଏ ସ୍କର୍ପିଓ ଜବତ କରାଯାଇଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଗାଡି ଚୋରି ସମ୍ପର୍କରେ ସୂଚନା ମିଳିବା ପରେ ଜଣଙ୍କୁ ଗିରଫ କରାଯାଇଥିଲା । ପଚରାଉଚରା ବେଳେ ଏହି ଗ୍ୟାଙ୍ଗ ସମ୍ପର୍କରେ ଜଣାପଡିଥିଲା । ମିଳିଥିବା ତଥ୍ୟକୁ ଆଧାର କରି ପୋଲିସ ଚଢାଉ କରି ଅନ୍ୟ ୪ଜଣଙ୍କୁ ଗିରଫ କରିବା ସହ ଗାଡି ଜବତ କରିଥିଲା । ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚଳାଇଛି ପୋଲିସ । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପାଲିସ କହିଛି ।

Related story