ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ୍ ଓ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବଢ଼ିଲା କୋଭିଡ୍‌ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ। ପୂର୍ବରୁ ସମ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ଚୁକ୍ତି କରିଛି ବିଏମସି। କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ କୋଭିଡ ହସ୍ପିଟାଲରେ ୨୩୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସମ୍ […]

BMC Office

Jitendra Garnayak
  • Published: Sunday, 09 January 2022
  • , Updated: 09 January 2022, 01:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବଢ଼ିଲା କୋଭିଡ୍‌ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ।

ପୂର୍ବରୁ ସମ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ଚୁକ୍ତି କରିଛି ବିଏମସି। କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ କୋଭିଡ ହସ୍ପିଟାଲରେ ୨୩୯ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସମ୍ କୋଭିଡ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୧୫୦ଟି ଶଯ୍ୟାର ସୁବିଧା ଥିଲା।

ରାଜଧାନୀରେ ଏବେ ମୋଟ କୋଭିଡ୍ ହସ୍ପିଟାଲ୍ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ଶଯ୍ୟା ସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି। ଏହା ସହିତ ବିଏମ୍‌ସି ପକ୍ଷରୁ ପଟିଆ ଓ ଡୁମଡୁମା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ କେୟାର ସେଣ୍ଟର ଖୋଲାଯାଇଛି। ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର ସଂଜୟ ସିଂହ କହିଛନ୍ତି।

ଗତକାଲି ଯେଉଁ ରିପୋର୍ଟ ଆସିଥିଲା ସେଥିରେ ଭୁବନେଶ୍ୱରରେ ୫୮୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଥିଲା। ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଭୁବନେଶ୍ୱରରେ ଗତକାଲି ରିପୋର୍ଟ ଠାରୁ ଆଜିର ରିପୋର୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍ ବୃଦ୍ଧି ପାଇଥିବ ବୋଲି ଆଶଙ୍କା କରାଯାଉଛି।

ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଭୁବନେଶ୍ୱରରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି। ଆଜି ମଧ୍ୟ ୭ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ୭ଟି ସ୍ଥାନ ଦକ୍ଷିଣପୂର୍ବ ଜୋନ୍‌ରେ ରହିଛି।

Related story