‌ପାଥଲୋଜି ସେଣ୍ଟର ଯାଉଛି କହି ଆସିଥିଲେ, ଲଜ୍ ଭିତରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

ପୁରୀ(ଓଡ଼ିଶା ରିପୋର୍ଟର): ଲଜ୍ ଭିତରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। କୁମ୍ଭାରପଡ଼ା ଥାନା ବଡ଼ଶଙ୍ଖ ସ୍ଥିତ ଏକ ଲଜ୍‌ରୁ ଏହି ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ଗତକାଲି ଲଜ୍‌ରେ ରହିଥିଲେ। ହେଲେ ଆଜି ଆଉ ରୁମ୍‌ରୁ ବାହାରି ନଥିଲେ। ତାଙ୍କ ରୁମ୍‌କୁ ଯାଇ କର୍ମଚାରୀ ଯାଞ୍ଚ କରିବା ବେଳେ ସେ ଦୁଆର ଖୋଲି ନ ଥିଲେ। ତେଣୁ ଲଜ୍ ମ୍ୟାନେଜର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ଦୁଆର ଭଙ୍ଗା ଯାଇଥିଲା। ପରେ ଭିତରେ […]

death

  • Published: Sunday, 11 September 2022
  • , Updated: 11 September 2022, 06:59 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଲଜ୍ ଭିତରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। କୁମ୍ଭାରପଡ଼ା ଥାନା ବଡ଼ଶଙ୍ଖ ସ୍ଥିତ ଏକ ଲଜ୍‌ରୁ ଏହି ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ଗତକାଲି ଲଜ୍‌ରେ ରହିଥିଲେ। ହେଲେ ଆଜି ଆଉ ରୁମ୍‌ରୁ ବାହାରି ନଥିଲେ। ତାଙ୍କ ରୁମ୍‌କୁ ଯାଇ କର୍ମଚାରୀ ଯାଞ୍ଚ କରିବା ବେଳେ ସେ ଦୁଆର ଖୋଲି ନ ଥିଲେ। ତେଣୁ ଲଜ୍ ମ୍ୟାନେଜର ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ଦୁଆର ଭଙ୍ଗା ଯାଇଥିଲା। ପରେ ଭିତରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ସେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀ ହେଲେ ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳର ପାୟଲ ମହାନ୍ତି(୨୨)। ଲଜ୍ ରେଜିଷ୍ଟରର ଏହି ନାଁ ଉଲ୍ଲେଖ ରହିଛି।

ସାଇଣ୍ଟଇଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି।

ମୃତଦେହ ଚିହ୍ନଟ ନିମନ୍ତେ ଖବର ପାଇ ପହଞ୍ଚିଥିଲେ ପାଏଲଙ୍କ ଦାଦା ଓ ସମ୍ପର୍କିୟ। ସେମାନେ କହିଛନ୍ତି, ପାୟଲ ଏକ ପାଥୋଲୋଜି ସେଣ୍ଟରରେ କାମ କରୁଥିଲେ। ସେ ବିଏସ୍‌ସି ପାସ୍‌ କରି ଏମ୍‌ସିଏ ପଢିବା ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ବାପା ସିଲିଗୁଡ଼ିରେ ଚାକିରି କରନ୍ତି। ଦୁଇଝିଅଙ୍କ ସହ ମା’ ଭୁବନେଶ୍ୱରରେ ରୁହନ୍ତି। ଗତକାଲି ସକାଳେ ପାଥଲୋଜି ସେଣ୍ଟର ଯାଉଛି କହି ଘରୁ ବାହାରି ଆସିଥିଲେ ପାୟଲ। ତାଙ୍କୁ ମା’ ଛାଡ଼ିବାକୁ ଆସିବାକୁ କହିଥିଲେ। ହେଲେ ପାୟଲ ମନା କରିଥିଲେ। ଏହି ସମୟରେ ସେ କୌଣସି ଚିନ୍ତାଗ୍ରସ୍ତ ମଧ୍ୟ ନ ଥିଲେ। ହଠାତ୍ ପାଥୋଲୋଜିକୁ ଯାଇ ନ ଥିବା ତାଙ୍କ ସହକର୍ମୀ ଫୋନ୍ କରି କହିଥିଲେ। ଯାହା ପରେ ଖୋଜାଲୋଡ଼ା ପଡ଼ିଥିଲା। ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ସୁଇସାଇଡ୍ ନୋଟ୍‌ରେ ସେ ବାପା, ମା’ଙ୍କୁ ଖୁବ୍ ଭଲ ପାଉଥିବା ଉଲ୍ଲେଖ କରିଛନ୍ତି। ମୃତ ପାଏଲ ହାତ କାଟି ଦେବା ସହ ଓଢ଼ଣୀ ଲଗାଇ ଝୁଲି ପଡ଼ିଛନ୍ତି। କ’ଣ ପାଇଁ ସେ ଏଭଳି ନିଷ୍ପତ୍ତି ନେଲେ ଜଣାପଡ଼ୁନି।

ସେପଟେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନି। ତେଣୁ ଯୁବତୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ସେ ପୁରୀ କାହିଁକି ଆସିଥିଲେ, ଏକା ଆସିଥିଲେ, ନା ତାଙ୍କ ସହ ଆଉ କିଏ ଆସିଥିଲା, ତାହା ଅନୁସନ୍ଧାନ ପରେ ସ୍ପଷ୍ଟ ହେବ ମୃତ ଯୁବତୀଙ୍କ ପରିବାର ଲୋକେ କହିଛନ୍ତି।

 

Related story