ରାଜନୈତିକ ହିଂସାକାଣ୍ଡର ତାଲିକା ଦେଲେ ଅପରାଜିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ବଢ଼ିଚାଲିଛି। ଏହାର ତାଲିକା ଦେଲେ ରାଜ୍ୟ ପୁଲିସ ମୁଖିଆଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତ କିଛି ବର୍ଷ ଭିତରେ ୧୫ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚିଠିରେ ଅପରାଜିତା ଉଲ୍ଲେଖ କରିଛନ୍ତି। ଅପରାଜିତା ଚିଠିଲେ ଲେଖିଛନ୍ତି, “ଗତ ପଞ୍ଚାୟତ ନିର୍ବାଚନରେ ଘଟିଥିବା ରାଜନୈତିକ ହିଂସାକାଣ୍ଡରେ ୧୫ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ-ଢେଙ୍କାନାଳରୁ ସଲମାନ ରାଉତ, ମାଲକାନଗିରିରୁ ସପନ […]

aparajita

Manoranjan Sial
  • Published: Friday, 08 January 2021
  • , Updated: 08 January 2021, 04:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ବଢ଼ିଚାଲିଛି। ଏହାର ତାଲିକା ଦେଲେ ରାଜ୍ୟ ପୁଲିସ ମୁଖିଆଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତ କିଛି ବର୍ଷ ଭିତରେ ୧୫ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚିଠିରେ ଅପରାଜିତା ଉଲ୍ଲେଖ କରିଛନ୍ତି।

ଅପରାଜିତା ଚିଠିଲେ ଲେଖିଛନ୍ତି, “ଗତ ପଞ୍ଚାୟତ ନିର୍ବାଚନରେ ଘଟିଥିବା ରାଜନୈତିକ ହିଂସାକାଣ୍ଡରେ ୧୫ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ-ଢେଙ୍କାନାଳରୁ ସଲମାନ ରାଉତ, ମାଲକାନଗିରିରୁ ସପନ ବବଲି, ମୟୂରଭଞ୍ଜରୁ ଉତ୍ତମ ବିଶ୍ୱାର, ଗଜପତିରୁ ମିନତୀ ଶବର, ଭଦ୍ରକରୁ ସୁରେଶ ରାଉତ, କୋରାପୁଟରୁ କାମେଶ୍ୱର ପାଲ୍‌କା, ବଲାଙ୍ଗିରରୁ ରୋହିତ ପ୍ରଧାନ, ରାୟଗଡ଼ାରୁ ଅଭିଳାଶ ବାଗ, ଗଞ୍ଜାମ ବୁଗୁଡ଼ାରୁ ଶିଶିର ନାୟକ, ଗଞ୍ଜାମ ହିଞ୍ଜିଲିରୁ ବୁଲୁ ପ୍ରଧାନ, ଗଞ୍ଜାମରୁ ପୀତାମ୍ୱର ସ୍ୱାଇଁ, କେନ୍ଦ୍ରାପଡ଼ାରୁ ବଳରାମ ଜେନା, କେନ୍ଦ୍ରାପଡ଼ାରୁ ମମତାରାଣୀ ସାମଲ ଓ ଖୋର୍ଦ୍ଧାରୁ ଚିତ୍ରସେନ୍‌ ଜେନା। ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲେ। ଆଉ ଏବେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି।”

ଅପରାଜିତା କହିଛନ୍ତି-“ରାଜନୈତିକ ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍‌ ହେଉଛି।  NCRB ରିପୋର୍ଟ ଅନୁସାରେ ୨୦୧୮ରେ ଓଡ଼ିଶାରେ ଦଣ୍ଡବିଧାନ ସଂଖ୍ୟା ନଗଣ୍ୟ। ଦୁର୍ବଳ ତଦନ୍ତ ହେଉଥିବାରୁ ସମସ୍ତ ଘଟଣାରେ ଦୋଷୀ ଖସି ଯାଉଛନ୍ତି।”

ଅନ୍ୟପକ୍ଷରେ ମାହାଙ୍ଗା ଡବଲ ମର୍ଡ଼ର ମାମଲାକୁ ନେଇ ତେଜୁଛି ରାଜନୀତି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି। ରାଜ୍ୟର ବିଭିନ୍ନ ଥାନା ଓ ଏସ୍‌ପି ଅଫିସ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ ଘେରାଉ କରିଛି ଦଳ। ଏକ ଶୋଭାଯାତ୍ରାରେ ବାହାରି ବିଜେପି ନେତା ଓ କର୍ମୀମାନେ ଡିଜିପି ଅଫିସକୁ ଯାଇଥିଲେ। ମାତା ମଠରୁ ବାହାରି ଏହି ଶୋଭାଯାତ୍ରାରେ ଡିଜିପି ଅଫିସଠାରେ ପହଞ୍ଚିଥିଲେ। ମନ୍ତ୍ରିମଣ୍ଡଳରୁ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ବିଜେପି।  ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଦଳ ପ୍ରଶ୍ନ କରିଛି।

Related story