ରାସ୍ତାରେ ଲୋକଙ୍କ କଥା ଶୁଣିଲେ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଜନଶୁଣାଣି କରିଛନ୍ତି। କୋଭିଡ୍‌ ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସ ସିଲ୍ କରିଥିବାରୁ ସାଂସଦ ଷଡଙ୍ଗୀ ଆଜିଠାରୁ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରୁଛନ୍ତି। ସେମାନଙ୍କ ସମସ୍ୟା ବୁଝୁଛନ୍ତି ଅପରାଜିତା। ଅଫିସ ସିଲ୍ ହୋଇଥିବାରୁ ୧୫ ଦିନ ପର୍ଯ୍ୟନ୍ତ ସେ ଅଫିସ ଆଗରେ ବସି ଲୋକଙ୍କ ପାଇଁ କାମ କରିବେ। ସେ କହିଛନ୍ତି […]

aparajita

Manoranjan Sial
  • Published: Sunday, 11 October 2020
  • , Updated: 11 October 2020, 03:21 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ଜନଶୁଣାଣି କରିଛନ୍ତି। କୋଭିଡ୍‌ ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସ ସିଲ୍ କରିଥିବାରୁ ସାଂସଦ ଷଡଙ୍ଗୀ ଆଜିଠାରୁ ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରୁଛନ୍ତି। ସେମାନଙ୍କ ସମସ୍ୟା ବୁଝୁଛନ୍ତି ଅପରାଜିତା। ଅଫିସ ସିଲ୍ ହୋଇଥିବାରୁ ୧୫ ଦିନ ପର୍ଯ୍ୟନ୍ତ ସେ ଅଫିସ ଆଗରେ ବସି ଲୋକଙ୍କ ପାଇଁ କାମ କରିବେ।

ସେ କହିଛନ୍ତି ଯେ, ଅଫିସ ସିଲ ଯୋଗୁଁ ଆସନ୍ତା ୧୫ ଦିନ ରାସ୍ତା ଉପରେ କାର୍ଯ୍ୟ କରିବି। ମୋ’ ଭିତରେ କ୍ରୋଧ ନାହିଁ। କାହା ପ୍ରତି ନକରାତ୍ମକ ଭାବନା ନାହିଁ। ବିକାଶ ପ୍ରକ୍ରିୟା ଜାରି ରହିଛି। ଆଗକୁ ତ୍ୱରାନ୍ୱିତ କରାଯିବ। କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଣିକି ୩ଟି ସ୍ଥାନରେ କାର୍ଯ୍ୟକ୍ରମ କରାଯିବ। ରାଜରାସ୍ତା, ମୋ କାର୍ଯ୍ୟାଳୟ ବାହାର ଓ ମୋ ଘର ବାହାରେ ବିକାଶ କାର୍ଯ୍ୟ କରାଯିବ। ରାଜରାସ୍ତାରେ କାର୍ଯ୍ୟାଳୟ କରିବାକୁ ପଡ଼ୁଥିବାରୁ ମୁଁ ମର୍ମାହତ ଓ ଦୁଃଖିତ ବୋଲି ଅପରାଜିତା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୋ ସଭା ସମିତିରେ କିପରି ସାମାଜିକ ଦୂରତ୍ୱ ରହିବ ତାହା ପ୍ରଶାସନର କାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ୮ଟି ପ୍ରଶ୍ନ ପଚାରି ଚିଠି ଲେଖିଛି। ୧୫ ଦିନରେ ତଦନ୍ତ ପାଇଁ ଲେଖିଛି। ସରକାର ଆକ୍ସନ ଟେକନ ରିପୋର୍ଟ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଅପରାଜିତା ଷଡ଼ଙ୍ଗୀ ଆଜି ଦାବି କରିଛନ୍ତି।

ସୂଚନାରୁ ପ୍ରକାଶ ଯେ, କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ବିଏମ୍‌ସି ସିଲ କରିଛି। ଏହା ପରେ ଅପରାଜିତ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

Related story