ରାସ୍ତା କଡ଼ରେ ମନଇଚ୍ଛା ବିକି ପାରିବେନି ଦୀପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଣ ଫୁଟା ବନ୍ଦ ପରେ ଦୀପ ଦୋକାନ ଉପରେ କଟକଣା ଜାରିକଲା କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ କହିବା ଅନୁସାରେ, ବାଣ ବିକ୍ରି ଏବଂ ବାଣ ଫୁଟାଇବା ବ୍ୟାନ କରିଛନ୍ତି ରାଜ୍ୟ ସରକାର। ତେବେ ଦୀପାବଳି ପାଇଁ ଅସ୍ଥାୟୀ ଦୋକାନୀ ଦୀପ ବିକ୍ରି କରିଥାନ୍ତି। ଭିଡ଼ ଏଡ଼ାଇବାକୁ ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନ ଖୋଲିବାକୁ ବାରଣ କରାଯାଇଛି। ଦୀପ ଦୋକାନ ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରାଯିବ। ସେଥିପାଇଁ […]

deepa

Manoranjan Sial
  • Published: Wednesday, 04 November 2020
  • , Updated: 04 November 2020, 06:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଣ ଫୁଟା ବନ୍ଦ ପରେ ଦୀପ ଦୋକାନ ଉପରେ କଟକଣା ଜାରିକଲା କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ କହିବା ଅନୁସାରେ, ବାଣ ବିକ୍ରି ଏବଂ ବାଣ ଫୁଟାଇବା ବ୍ୟାନ କରିଛନ୍ତି ରାଜ୍ୟ ସରକାର। ତେବେ ଦୀପାବଳି ପାଇଁ ଅସ୍ଥାୟୀ ଦୋକାନୀ ଦୀପ ବିକ୍ରି କରିଥାନ୍ତି। ଭିଡ଼ ଏଡ଼ାଇବାକୁ ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନ ଖୋଲିବାକୁ ବାରଣ କରାଯାଇଛି। ଦୀପ ଦୋକାନ ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରାଯିବ। ସେଥିପାଇଁ ଅନୁମତି ନେଇ ଖୋଲିବେ। ପୂର୍ବରୁ ରହିଥିବା ଦୋକାନ ସାମାଜିକ ଦୂରତ୍ୱ ରଖି ବିକ୍ରି କରିପାରିବେ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଶୀତ ଦିନରେ କରୋନା କାୟା ବିସ୍ତାର କରିବ ବୋଲି ବିଶେଷଜ୍ଞ କହିଛନ୍ତି। ବିଶେଷ କରି ଦୀପାଳବିରେ ବାଣ ଫୁଟିଲେ ବାୟୁମଣ୍ଡଳରେ ପ୍ରଦୂଷଣ ବଢ଼ିବ। ଯାହାଫଳରେ କରୋନା ଆକ୍ରାନ୍ତ ବ୍ୟକ୍ତିମାନେ ନିଶ୍ୱାସ ନେବାରେ ସମସ୍ୟାରେ ପଡ଼ିବେ। ଏହାକୁ ଦେଖି ରାଜ୍ୟ ସରକାର ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି।

ଦିନେ ରେଡ୍‌ ଜୋନରେ ଥିଲା ଭୁବନେଶ୍ୱର। ପ୍ରତିଦିନ ୪୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଥିଲେ। ବିଏମ୍‌ସିର ତ୍ୱରିତ ପଦକ୍ଷେପ ଯୋଗୁ ଏହି ଟ୍ରେଣ୍ଡ ତଳମୁହାଁ ହୋଇଛି। ପ୍ରତିଦିନ ୧୦୦ରୁ କମ୍‌ ଲୋକ ଆକ୍ରାନ୍ତ ହେଉଛନ୍ତି। ଆଜି ଭୁବନେଶ୍ୱରରୁ ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୧୪ ଓ ଲୋକାଲ କେସ ୬୧ ରହିଛି।

Related story