ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଏହା ସହିତ ଗତକାଲି ସୁଦ୍ଧା ଏହା ଥିଲା ଭୁବନେଶ୍ୱରର ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା। କିନ୍ତୁ ଲାଗୁଛି ଆଜି ଏହି ରେକର୍ଡ ଭାଙ୍ଗିଯିବ। କାରଣ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ସାଢ଼େ ୧୧ଟା ସୁଦ୍ଧା ଯେତୋଟି ସହରର ତାପମାତ୍ରା ରେକର୍ଡ କରାଯାଇଛି, ତା’ ମଧ୍ୟରେ […]

Bhubaneswar

Bhubaneswar

Jitendra Garnayak
  • Published: Saturday, 23 April 2022
  • Updated: 23 April 2022, 02:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିଲା। ଏହା ସହିତ ଗତକାଲି ସୁଦ୍ଧା ଏହା ଥିଲା ଭୁବନେଶ୍ୱରର ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା। କିନ୍ତୁ ଲାଗୁଛି ଆଜି ଏହି ରେକର୍ଡ ଭାଙ୍ଗିଯିବ। କାରଣ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ସାଢ଼େ ୧୧ଟା ସୁଦ୍ଧା ଯେତୋଟି ସହରର ତାପମାତ୍ରା ରେକର୍ଡ କରାଯାଇଛି, ତା’ ମଧ୍ୟରେ ଭୁବନେଶ୍ୱର ଶୀର୍ଷରେ ରହିଛି। ଏଣୁ ଆଜି ଭୁବନେଶ୍ୱରରେ ପାରଦ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି।

ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୭.୮, ଗୋପାଳପୁରରେ ୩୦.୬, ସମ୍ବଲପୁରରେ ୩୭, ପାରାଦ୍ୱୀପରେ ୩୧.୮, ପୁରୀରେ ୩୨.୪, ଚାନ୍ଦବାଲିରେ ୩୭.୮, କେନ୍ଦୁଝରରେ ୩୬.୮ ଓ ହୀରାକୁଦରେ ୩୬.୭ ଡିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନର ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହି ଦୁଇ ସହର ତଳକୁ ୪୦.୮ ଡିଗ୍ରୀ ସହିତ ରହିଥିଲା ଭୁବନେଶ୍ୱର। ଆଜି ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା।

ସୂଚନାଯୋଗ୍ୟ, ଏପ୍ରିଲ ୧୮ ତାରିଖରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos