ଭୁବନେଶ୍ୱର ସବୁଠୁ ଅଧିକ ତାତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାତିରେ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ୱର। ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଆଜି ଭୁବନେଶ୍ୱରକୁ ମିଶାଇ ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରହିଛି। ଗତକାଲି ବାରିପଦା ସହରର ତାପମାତ୍ରା ୪୪.୬ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଆଜି ୪୩.୬ ଡିଗ୍ରୀ ରହିଛି। ସେହିପରି ବାଲେଶ୍ୱରରେ ୪୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୨.୬, ତାଳଚେରରେ ୪୨.୫, ମାଲକାନଗିରିରେ ୪୨, […]

bbsr

Jitendra Garnayak
  • Published: Wednesday, 31 March 2021
  • , Updated: 31 March 2021, 07:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାତିରେ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ୱର। ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସେହିପରି ଆଜି ଭୁବନେଶ୍ୱରକୁ ମିଶାଇ ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ରହିଛି।

ଗତକାଲି ବାରିପଦା ସହରର ତାପମାତ୍ରା ୪୪.୬ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଆଜି ୪୩.୬ ଡିଗ୍ରୀ ରହିଛି। ସେହିପରି ବାଲେଶ୍ୱରରେ ୪୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୨.୬, ତାଳଚେରରେ ୪୨.୫, ମାଲକାନଗିରିରେ ୪୨, ଗଜପତିରେ ୪୨, ବୌଦ୍ଧରେ ୪୨, ଅନୁଗୋଳରେ ୪୧.୭, ବଲାଙ୍ଗିରରେ ୪୧.୫, ଭବାନୀପାଟଣାରେ ୪୧.୫, ଟିଟିଲାଗଡ଼ ୪୧.୨ ଓ ନୟାଗଡ଼ର ତାପମାତ୍ରା ୪୧.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ୧୯ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ଥିବା ରେକର୍ଡ କରାଯାଇଛି। ସେହିପରି ୧୩ଟି ସ୍ଥାନରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଓଡ଼ିଶାର ଯେଉଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି, ସେଠାରେ ହାରାହାରି ତାପମାତ୍ରା ୪ରୁ ୬ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ଅଛି।

ଗତକାଲି ରାଜ୍ୟର ୧୬ଟି ସହରର ତାପାମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। କିନ୍ତୁ ଗତକାଲି ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରହିଥିଲା।

୨ ତାରିଖ ସକାଳ ୮ଟା ୩୦ ଯାଏଁ ସତର୍କ ସୂଚନା

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବା ଆଶଙ୍କା କରିଛି ପାଣିପାଗ ବିଭାଗ। ସେଥିପାଇଁ ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ଜିଲ୍ଲା ଗୁଡ଼ିକ ହେଉଛି- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର।

ଏହିସବୁ ଜିଲ୍ଲାବାସୀଙ୍କୁ ୨ ତାରିଖ ସକାଳ ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି।

Related story