ପଶ୍ଚିମବଙ୍ଗ ବସ୍‌ ଭୁବନେଶ୍ୱର ଆସିଲା କେମିତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ଦେଖି ଆନ୍ତଃରାଜ୍ୟ ବସ୍‌ ସେବା ବନ୍ଦ କରାଯାଇଛି। ସୀମା ଆର ପାର୍ଶ୍ୱରୁ ଆସୁଥିବା ଗାଡ଼ି ଯାଞ୍ଚ ହେଉଛି ଓ ପୁଲିସ୍‌ ମୁତୟନ ହୋଇଛନ୍ତି। ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ବସ୍‌ଟି ଯାତ୍ରୀଙ୍କୁ ଧରି ପଶ୍ଚିମବଙ୍ଗରୁ  ଭୁବନେଶ୍ୱର ଆସିଲା କେମିତି? ଭୁବନେଶ୍ୱର ସିଆର୍‌ପି ଛକରେ ପଶ୍ଚିମବଙ୍ଗ ବସକୁ ଆରଟିଓ-୨ ଅଟକ ରଖିଛି। ଏହି ବସଟି ଚୋରା ବାଟ ଦେଇ ବିନା ପରମିଟରେ ଆସିଥିବାରୁ ଆରଟିଓ ଧରିଛି। ବସଟି କୋଲକତାରୁ ଆସିଥିଲା। ବସ୍‌ରେ […]

West Bangel Bus

Manoranjan Sial
  • Published: Thursday, 22 April 2021
  • , Updated: 22 April 2021, 05:32 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାକୁ ଦେଖି ଆନ୍ତଃରାଜ୍ୟ ବସ୍‌ ସେବା ବନ୍ଦ କରାଯାଇଛି। ସୀମା ଆର ପାର୍ଶ୍ୱରୁ ଆସୁଥିବା ଗାଡ଼ି ଯାଞ୍ଚ ହେଉଛି ଓ ପୁଲିସ୍‌ ମୁତୟନ ହୋଇଛନ୍ତି। ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ବସ୍‌ଟି ଯାତ୍ରୀଙ୍କୁ ଧରି ପଶ୍ଚିମବଙ୍ଗରୁ  ଭୁବନେଶ୍ୱର ଆସିଲା କେମିତି?

ଭୁବନେଶ୍ୱର ସିଆର୍‌ପି ଛକରେ ପଶ୍ଚିମବଙ୍ଗ ବସକୁ ଆରଟିଓ-୨ ଅଟକ ରଖିଛି। ଏହି ବସଟି ଚୋରା ବାଟ ଦେଇ ବିନା ପରମିଟରେ ଆସିଥିବାରୁ ଆରଟିଓ ଧରିଛି। ବସଟି କୋଲକତାରୁ ଆସିଥିଲା। ବସ୍‌ରେ ପଶ୍ଚିମବଙ୍ଗ ଓ ଆସାମ ରାଜ୍ୟର ୨୩ ଜଣ ଯାତ୍ରୀ ଥିଲେ। ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅନ୍ୟ ଏକ ଗାଡ଼ିରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଆର୍‌ଟିଓ କର୍ମଚାରୀମାନେ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପଶ୍ଚିମବଙ୍ଗ ସୀମା ସିଲ୍‌ ଥିବା ବେଳେ ଏତେ ପଥ ଅତିକ୍ରମ କରି ବସ୍‌ଟି ଭୁବନେଶ୍ୱର ଆସିଲା କେମିତି?

ସୂଚନାରୁ ପ୍ରକାଶ, ମହାମାରୀ ମାଡ଼ରେ ଓଡ଼ିଶା ଘାଇଲା ହୋଇଛି। ପ୍ରତିଦିନ ୪୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ରୋକିବା ପାଇଁ ରାଜ୍ୟ ସରକାର ପର୍ଯ୍ୟନ୍ତ ବ୍ୟବସ୍ଥା କରିଛନ୍ତି। ଆନ୍ତଃରାଜ୍ୟ ବସ୍‌ ସେବାକୁ ବନ୍ଦ କରାଯାଇଛି। ଯେଉଁ ଗାଡ଼ି ଗୁଡ଼ିକ ଓଡ଼ିଶା ଆସୁଛି, ସେଗୁଡ଼ିକର ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କରୋନା ଆୟତ୍ତକୁ ଆସୁନାହିଁ। ମହାମାରୀ କରୋନା ନିଆଁ ଭଳି ବ୍ୟାପି ଚାଲିଛି।

Related story