ସାଧାରଣତନ୍ତ୍ର ଦିବସ ପାଇଁ ଉଠିଲୁ, ପୁଣି ବସିବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆମେ ଆନ୍ଦୋଳନରୁ ହଟିବୁନି। ଆଗକୁ ଆହୁରି ଆନ୍ଦୋଳନ ଜୋରଦାର କରିବୁ। ଜାନୁଆରୀ ୨୬କୁ ସମ୍ମାନ ଦେଇ ଉଠୁଲି, କିନ୍ତୁ ପୁଣି ଥରେ ଆମେ ଆନ୍ଦୋଳନରେ ବସିବୁ।” ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ ଉଠାଇନେବା ବେଳେ ମାସାଧିକ କାଳ ଧାରଣାରେ ବସିଥିବା ଏଏନଏମ କର୍ମୀମାନେ ଦେଇଛନ୍ତି ଏହି ଚେତାବନୀ। ପ୍ରାୟ ଦୁଇ ମାସ ହେବ ଏହି ଏଏନଏମ୍ କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ଜୋରଜବରଦସ୍ତ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା । […]

ANM-Thumb

Madhupriya Mistry
  • Published: Saturday, 23 January 2021
  • , Updated: 23 January 2021, 10:04 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆମେ ଆନ୍ଦୋଳନରୁ ହଟିବୁନି। ଆଗକୁ ଆହୁରି ଆନ୍ଦୋଳନ ଜୋରଦାର କରିବୁ। ଜାନୁଆରୀ ୨୬କୁ ସମ୍ମାନ ଦେଇ ଉଠୁଲି, କିନ୍ତୁ ପୁଣି ଥରେ ଆମେ ଆନ୍ଦୋଳନରେ ବସିବୁ।” ଆଜି ଭୁବନେଶ୍ୱର ଗାନ୍ଧିମାର୍ଗରୁ ପୁଲିସ ଉଠାଇନେବା ବେଳେ ମାସାଧିକ କାଳ ଧାରଣାରେ ବସିଥିବା ଏଏନଏମ କର୍ମୀମାନେ ଦେଇଛନ୍ତି ଏହି ଚେତାବନୀ।

ପ୍ରାୟ ଦୁଇ ମାସ ହେବ ଏହି ଏଏନଏମ୍ କର୍ମୀମାନେ ଆନ୍ଦୋଳନରେ ବସିଥିଲେ। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ଜୋରଜବରଦସ୍ତ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ପୁଲିସ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପଜୁଥିଲା।

ସୂଚନାଯୋଗ୍ୟ,  ଏହି ଏଏନଏମମାନଙ୍କୁ କୋଭିଡ ସମୟରେ ବିଭିନ୍ନ ହସ୍ପିଟାଲରେ ରାଜ୍ୟ ସରକାର ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। ତେବେ କୋଭିଡ୍ ସମୟରେ ସେମାନେ ନିରବଚ୍ଛିନ୍ନ ଭାବେ କାମ କରିଥିଲେ କିନ୍ତୁ ଏବେ ସେମାନଙ୍କୁ ଛଟେଇ କରାଯାଉଥିବାରୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରି ଗତ ନଭେମ୍ବର ୨୮ରୁ ଦିନରାତି ଆନ୍ଦୋଳନ ଚଲାଇ ଆସିଥିଲେ ।
https://youtu.be/9YgqbQDgVrA

Related story