ମିଠା ଦୋକାନୀ ହତ୍ୟା ଘଟଣା: ମର୍ଡର ପାଇଁ ହୋଇଥିଲା ୫୦ ହଜାରର ଡିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍‌। ବ୍ୟାବସାୟିକ ଶତ୍ରୁତା ପାଇଁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା ହୋଇଥିବା ସ୍ପଷ୍ଟ କଲେ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ। ପ୍ରେସମିଟରେ ସୂଚନା ଦେଇ ସିପି କହିଲେ, ବ୍ୟାବସାୟିକ ଶତ୍ରୁତା ପାଇଁ ରାଜା ବେହେରା ସୁପାରୀ ଦେଇଥିଲେ।  ସୁପାରୀ କିଲର ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ନେଇଥାନ୍ତା। ଅଗ୍ରୀମ ଆକାରରେ ଶ୍ରୀତିକକୁ ୧୦ ହଜାର ଟଙ୍କା ଦିଆଯାଇଥିଲା […]

bbsr

Niharika Rout
  • Published: Monday, 12 October 2020
  • , Updated: 12 October 2020, 01:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭୁବନେଶ୍ୱର ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍‌। ବ୍ୟାବସାୟିକ ଶତ୍ରୁତା ପାଇଁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା ହୋଇଥିବା ସ୍ପଷ୍ଟ କଲେ ପୁଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ।

ପ୍ରେସମିଟରେ ସୂଚନା ଦେଇ ସିପି କହିଲେ, ବ୍ୟାବସାୟିକ ଶତ୍ରୁତା ପାଇଁ ରାଜା ବେହେରା ସୁପାରୀ ଦେଇଥିଲେ।  ସୁପାରୀ କିଲର ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ନେଇଥାନ୍ତା। ଅଗ୍ରୀମ ଆକାରରେ ଶ୍ରୀତିକକୁ ୧୦ ହଜାର ଟଙ୍କା ଦିଆଯାଇଥିଲା । ପରେ ବାକି ୪୦ ହଜାର ଓ ଓକିଲ ଖର୍ଚ୍ଚ ବହନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।

ଘଟଣା ଦିନ ଶ୍ରୀତିକ ଶମ୍ଭୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଅନ୍ୟତମ ଅଭିଯୁକ୍ତ ଆଶୁତୋଷ ଉକ୍ତ ଦିନ ବାଇକ୍‌ ଚଳାଉଥିଲା। ଆଜି ଶ୍ରୀତିକ, ଆଶୁତୋଷଙ୍କ ସହ ଆଉ ଜଣଙ୍କୁ  ତୁମୁଡ଼ିବନ୍ଧରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ଼।  ସେମାନଙ୍କ ମଧ୍ୟରୁ  ଦୁଇ ଜଣ ଭୁବନେଶ୍ୱର ଉପକଣ୍ଠର ବାସିନ୍ଦା ବୋଲି ଜଣାପ଼ଡିଛି। ଦୁହେଁ ସୁପାରୀ ନେଇ ହତ୍ୟା କରିଥିବା ନେଇ ପୁଲିସ୍‌ ପାଖରେ ପ୍ରମାଣ ଥିବାର ସୂଚନା ମିଳିଛି॥ ଦୁଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅପରାଧ ମାମଲା ଥିବା ଜଣାପଡିଛି।

ଏଯାବତ ସମୁଦାୟ ୮ ଜଣ ଗିରଫ ହେଲେଣି। ପୂର୍ବରୁ ରାଜା ଆତ୍ମସର୍ମପଣ କରିଛି। ଅଧିକ ପଚରାଉଚରା ପାଇଁ ରାଜାକୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଛି।

ସୂଚନାଯୋଗ୍ୟ,  ଗତ ୪ ତାରିଖ ଅପରାହ୍ନରେ ସାମନ୍ତରାପୁରରେ ଦୁଇ ଜଣ ବ୍ୟକ୍ତି ଗୋଡାଇ ଗୋଡାଇ ମିଠା ଦୋକାନୀ ଜମ୍ବୁ ସାହୁଙ୍କୁ ହାଣି ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିଲେ ।  ଏହି ଘଟଣାରେ ପୁଲିସ୍‌ ମୁଖ୍ୟ ଷ଼ଡଯନ୍ତ୍ରକାରୀ ଶିଶୁପାଳଗ଼ଡ ଅଞ୍ଚଳର ରାଜା ଅଦାଲତରେ ଆତ୍ମସମର୍ପଣ କରିଥିଲା । ତେବେ ପୁଲିସ୍‌ ରାଜାଙ୍କ ବାପା, ମା ଓ ଜେଜେବାପାଙ୍କୁ ଗିରଫ କରିଥିଲା । ଦୁଇ ହତ୍ୟାକାରୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ୍‌ । ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ପ୍ରତିଦ୍ୱନ୍ଦିତା କାରଣରୁ ହତ୍ୟା ଘଟିଥିବା ନେଇ ପୁଲିସ୍‌ କମିଶନର ପୂର୍ବରୁ ସୂଚନା ଦେଇଥିଲେ । ଏହି ଘଟଣାରେ ସମୁଦାୟ ୮ ଜଣ ବନ୍ଧା ହୋଇ ସାରିଲେଣି।

Related story