ମୁଣ୍ଡ ଖୋଜୁଛି ପୁଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ କରିଥିଲା କମିଶନରେଟ୍‌ ପୁଲିସ। ହେଲେ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କ ମୁଣ୍ଡ ପାଉନି ପୁଲିସ। ଗତକାଲିଠାରୁ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାର ତଦନ୍ତ କରୁଛି। ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ଖବର ଦିଆଯାଇଛି। ମାତ୍ର ଏପର୍ଯ୍ୟନ୍ତ ସେମିତି କିଛି ତଥ୍ୟ ସାମ୍ନାକୁ ଆସିନାହିଁ। ମାମଲାଟି କମ୍ପ୍ଲିକେଟେଡ୍‌ […]

8nb1-1

Manoranjan Sial
  • Published: Friday, 05 February 2021
  • , Updated: 05 February 2021, 03:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ କରିଥିଲା କମିଶନରେଟ୍‌ ପୁଲିସ। ହେଲେ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କ ମୁଣ୍ଡ ପାଉନି ପୁଲିସ। ଗତକାଲିଠାରୁ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାର ତଦନ୍ତ କରୁଛି। ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ଖବର ଦିଆଯାଇଛି। ମାତ୍ର ଏପର୍ଯ୍ୟନ୍ତ ସେମିତି କିଛି ତଥ୍ୟ ସାମ୍ନାକୁ ଆସିନାହିଁ। ମାମଲାଟି କମ୍ପ୍ଲିକେଟେଡ୍‌ ହୋଇଥିବାରୁ ଆଡିସିନାଲ୍‌ ଏସ୍‌ପି ରାଙ୍କର ଜଣେ ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍‌ ଗଠନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

ସୂଚନାରୁ ପ୍ରକାଶ, ଗୁରୁବାର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ଜାଣିପାରି ନାହିଁ। ଏପରିକି ମହିଳାଙ୍କ ମହିଳାଙ୍କ ମୁଣ୍ଡ ପୁଲିସ ଖୋଜି ପାଇନାହିଁ। ପ୍ରାଥମିକ ଅନୁସନ୍ଧାନରୁ ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଦେଇଥିବା ସନ୍ଦେହ କରୁଛି ପୁଲିସ।

ଯେଉଁ ଏରିଆରେ ମୃତଦହେହ ପଡ଼ିଛି, ତାହା ବୁଦା ଅଞ୍ଚଳ ହୋଇଥିବାରୁ ତାକୁ କର୍ଡ଼ନ କରି ରଖାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ଼ ମୁଣ୍ଡ ତଦନ୍ତରେ ନିୟୋଜିତ ଅଛନ୍ତି। ବିଭିନ୍ନ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଉଛି। ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତେବେ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।

Related story