Advertisment

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ରେଡ୍

ସନାତନ କୋଟି କୋଟି ଟଙ୍କା ଆୟକର ଫାଙ୍କିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା।

ଅଦ୍ୟତନ ହୋଇଛି
Sanatan Mahakud;

Sanatan Mahakud;

Advertisment

ଚମ୍ପୁଆର ପୂର୍ବତନ ତଥା ପ୍ରଭାବଶାଳୀ ବିଧାୟକ ସନାତନ ମହାକୁଡ଼ ଙ୍କ ଘରେ ପଶିଲା ଆୟକର ବିଭାଗ। ସନାତନଙ୍କ ଭୁବନେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି। ସନାତନଙ୍କ କେନ୍ଦୁଝରର ବଡବିଲରେ ଥିବା ଭଡ଼ା ଘର, ନନ୍ଦିରାରେ ଥିବା ପୈତୃକ ଘର ଓ ଉଚ୍ଚବାଲିରେ ଥିବା କ୍ୟାମ୍ପ ଅଫିସରେ ଆୟକର ଟିମ୍‌ ଚଢ଼ାଉ କରିଥିବା ଜଣାପଡ଼ିଛି। ଏହି ଚଢ଼ାଉରେ  ଆୟକର ବିଭାଗର ୩ଟି ଟିମ୍ ସାମିଲ ହୋଇଛନ୍ତି। 

Advertisment

ସେହିପରି ସନାତନ ଙ୍କର ଭୁବନେଶ୍ୱର ଥିବା ଆଲିସାନ ଘର ଓ ଅଫିସ ସମେତ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ଚାଲିଥିବା ଚଢ଼ାଉରେ ଆୟକର ବିଭାଗର ୩ଟି ଟିମ୍ ସାମିଲ ଅଛନ୍ତି। ପ୍ରତିଟିମ୍‌ରେ ଟିମ୍‌ରେ ୧୦ ଜଣ ଆୟକର ବିଭାଗର ସଦସ୍ୟ ଅଛନ୍ତି।

ସନାତନ ଜଣେ ପ୍ରଭାବଶାଳୀ ବିଧାୟକ ଥିଲେ। ସେ କୋଟି କୋଟି ଟଙ୍କା ଆୟକର ଫାଙ୍କିଥିବା ତାଙ୍କ ନାଁରେ ଅଭିଯୋଗ ଥିଲା। ପୂର୍ବରୁ ମଧ୍ୟ ଏହି ଅଭିଯୋଗ ଆଧାରରେ ଆୟକର ବିଭାଗ ତାଙ୍କ ଘରେ ଚଢ଼ାଉ କରିଥିଲା। ଆଜି ଭୋରରୁ ଆୟକର ଟିମ୍‌ ଭୁବନେଶ୍ୱରର ଓ କେନ୍ଦୁଝରରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି।

Advertisment

ସନାତନ ସମାଜସେବା କ୍ଷେତ୍ରରେ ଅନେକ ପଇସା ଖର୍ଚ୍ଚ କରୁଥିଲେ। ଏହି ପଇସା ସେ କେଉଁଠୁ ଆଣୁଥିଲେ, ସେ ଆୟକର ଦେଉଥିଲେ ନା ନାହିଁ ଏହାର ଯାଞ୍ଚ ମଧ୍ୟ କରାଯାଉଛି। ଚଢ଼ାଉ ବେଳେ ସନାତନଙ୍କ ଘରୁ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ପୂର୍ବରୁ ସେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିଲେ ସନାତନ। ତାଙ୍କ ନାଁରେ ଅନେକ ମାମଲା ରହିଛି। କେତେକ ମାମଲା ରଫାଦଫା ହୋଇଥିବା ବେଳେ ଆଉ କେତେକ ମାମଲା ଏବେବି ଚାଲିଛି।

Bhubaneswar Income Tax Rai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe