Advertisment

ଆପାର୍ଟମେଣ୍ଟ ମାଲିକାନା ନିୟମ: ବିଲ୍ ଫେରାଇଥିଲେ, ଏବେ ଅଧ୍ୟାଦେଶ ଆଣିଲେ

ବିକ୍ରି କବଲା ପଞ୍ଜିକୃତ ହେଉନଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି। ଦୀର୍ଘଦିନ ଧରି ଏଭଳି ଅଚଳାବସ୍ଥା ଥିବାରୁ ଏହାର ସମାଧାନ ପାଇଁ ତୁରନ୍ତ ଆଇନରେ ସଂଶୋଧନ ଆବଶ୍ୟକତା ପଡ଼ିଥିଲା।

ଅଦ୍ୟତନ ହୋଇଛି
Ordinance apartment

Ordinance apartment

Advertisment

ଗତ ବଜେଟ୍ ଅଧିବେଶନରେ ବିଧାନସଭାର ଅନୁମୋଦନ ପାଇ ଆସିଥିବା ‘ଓଡ଼ିଶା ଆପାର୍ଟମେଂଟ୍ ମାଲିକାନା ଅଧିନିୟମ-୧୯୮୨’ର ଉଚ୍ଛେଦ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଥିବା ରାଜ୍ୟ ସରକାର ଆଜି ଅଧ୍ୟାଦେଶ ମାଧ୍ୟମରେ ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା) ଅଧିନିୟମକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨(୧୯୮୪ର ଓଡ଼ିଶା ଧାରା ୧)କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଂଟ(ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିଧାନସଭାର କୌଣସି ଅଧିବେଶନ ଏବେ କାର୍ଯ୍ୟକାରୀ ହେଉନଥିବାରୁ ଏହି ନୂଆ ଅଧିନିୟମକୁ ଅଧ୍ୟାଦେଶ ଜାରିଆରେ ପ୍ରଣୟନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ରିଏଲ ଇଷ୍ଟେଟ୍ (ନିୟମାବଳୀ ଓ ବିକାଶ) ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ,୨୦୨୧ ମଧ୍ୟରେ ପରସ୍ପର ବିରୋଧାଭାସ ନିୟମ ରହିବାରୁ ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି ଓ ହାଇକୋର୍ଟ ମଧ୍ୟ ଆପତ୍ତି ଉଠାଇଥିଲେ । ଏହି ମାମଲାଗୁଡ଼ିକ ଯୋଗୁ ଆପାର୍ଟମେଂଟର ପଞ୍ଜିକରଣ ବନ୍ଦ ରହିଛି।

Advertisment

ବିକ୍ରି କବଲା ପଞ୍ଜିକୃତ ହେଉନଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି। ଦୀର୍ଘଦିନ ଧରି ଏଭଳି ଅଚଳାବସ୍ଥା ଥିବାରୁ ଏହାର ସମାଧାନ ପାଇଁ ତୁରନ୍ତ ଆଇନରେ ସଂଶୋଧନ ଆବଶ୍ୟକତା ପଡ଼ିଥିଲା। ତେଣୁ ପ୍ରଚଳିତ ଆଇନରେ ବ୍ୟାପକ ସଂଶୋଧନ ପରିବର୍ତ୍ତେ ପ୍ରଚଳିତ ଅଧିନିୟମକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ଏକ ନୂଆ ଅଧିନିୟମ ସରକାର ପ୍ରଣୟନ କରିଛନ୍ତି।

ସେହି ଆଧାରରେ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨(ଓଡ଼ିଶା ଅଧିନୟମ ୧୯୮୪ର ଧାରା ୧) ପ୍ରତ୍ୟାହାର କରିବା ସହ ଏକ ନୂଆ ଅଧିନିୟମ(ଆକ୍ଟ) ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ନୂଆ ନିୟମ ବିନା ଆପାର୍ଟମେଂଟ କ୍ରେତାମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହେବା ସମ୍ଭବପର ନଥିବାରୁ ଅଧ୍ୟାଦେଶ ଆକାରରେ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଲେ।

ଆପାର୍ଟମେଂଟ ଓ ସାମୁହିକ ଗୃହନିର୍ମାଣ ନିମନ୍ତେ ପ୍ରୋତ୍ସାହନ, ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ତା’ର ଉତ୍ତରାଧିକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପରିବର୍ତ୍ତିତ ଅଧିନିୟମ ଆଗତ ହୋଇଛି । ଏହି ପରିବର୍ତ୍ତିତ ଅଧିନିୟମ ଆପାର୍ଟମେଂଟ ମାଲିକମାନଙ୍କର ସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ପ୍ରଦାନ କରାଇବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ବିଧାନସଭା ବଜେଟ୍  ଅଧିବେଶନ ସମୟରେ ଏହି ବିଲକୁ ଗୃହରେ ଆଗତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ବିଧାନସଭାରୁ ଫେରାଇ ନେଇଥିଲେ।

Odisha Government Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe