ଭୁବନେଶ୍ୱର ଓ କଟକରେ ଥିବା  ବିଭିନ୍ନ ଆଶ୍ରମ ସମ୍ପର୍କରେ ଅନୁଧ୍ୟାନ କରିବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ବିବାଦ ଘେରକୁ ଆସିବା ପରେ କମିଶନରେଟ୍ ପୋଲିସ୍ ସତର୍କ ହୋଇଛି। କମିଶନରେଟ୍ ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ଥିବା ବାବାଙ୍କ ମଠ ଓ ଆଶ୍ରମ ସମ୍ପର୍କରେ ଅନୁଧ୍ୟାନ କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଟ୍ୱିନସିଟିର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ମଠ ଓ ଆଶ୍ରମ କେତେ ଅଞ୍ଚଳରେ ରହିଛି ସେଗୁଡ଼ିକ ସରକାରୀ ଜମିରେ ନା ଅନ୍ୟ କେଉଁଠି ଗଢ଼ି ଉଠିଛି ସେଠାରେ କେଉଁମାନେ ରହୁଛନ୍ତି ଏହିଭଳି ସମସ୍ତ […]

bbsr

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 02:16 PM IST

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ବିବାଦ ଘେରକୁ ଆସିବା ପରେ କମିଶନରେଟ୍ ପୋଲିସ୍ ସତର୍କ ହୋଇଛି। କମିଶନରେଟ୍ ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ଥିବା ବାବାଙ୍କ ମଠ ଓ ଆଶ୍ରମ ସମ୍ପର୍କରେ ଅନୁଧ୍ୟାନ କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଟ୍ୱିନସିଟିର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ମଠ ଓ ଆଶ୍ରମ କେତେ ଅଞ୍ଚଳରେ ରହିଛି ସେଗୁଡ଼ିକ ସରକାରୀ ଜମିରେ ନା ଅନ୍ୟ କେଉଁଠି ଗଢ଼ି ଉଠିଛି ସେଠାରେ କେଉଁମାନେ ରହୁଛନ୍ତି ଏହିଭଳି ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଥାନା ଅଧିକାରୀମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ତଥ୍ୟ ସଂଗ୍ରହ ପରେ ଯଦି କୌଣସି ଆଶ୍ରମ, ମଠ କିମ୍ୱା ବାବାଙ୍କ ବେଆଇନ କାରବାର ସାମ୍ନାକୁ ଆସେ କିମ୍ୱା କାହା ବିରୋଧରେ ଅଭିଯୋଗ ଆସେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

Related story