ଭୁବନେଶ୍ୱରରେ ମଦ ଦୋକାନ ପୋଡ଼ିଲେ ମହିଳା

ଭୁବନେଶ୍ୱର: ମଦ ବିରୋଧୀ ଅଭିଯାନ ପୁଣି ଜୋର୍ ଧରିଛି। ଭୁବନେଶ୍ୱର ଉପକଣ୍ଠ ହଂସପାଳ ଛକ ନିକଟରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ କରିଛନ୍ତି ମହିଳା। ଆଜି ମହିଳାମାନେ ଏକତ୍ର ହୋଇ ମଦ ଦୋକାନ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ମଦ ଦୋକାନ ନିକଟରେ ଅନେକ ସମୟରେ ଅସାମାଜିକ  କାର୍ଯ୍ୟକଳାପ ହେଉଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ୱାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ […]

moda

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 02:03 PM IST

ଭୁବନେଶ୍ୱର: ମଦ ବିରୋଧୀ ଅଭିଯାନ ପୁଣି ଜୋର୍ ଧରିଛି। ଭୁବନେଶ୍ୱର ଉପକଣ୍ଠ ହଂସପାଳ ଛକ ନିକଟରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନକୁ ବିରୋଧ କରିଛନ୍ତି ମହିଳା। ଆଜି ମହିଳାମାନେ ଏକତ୍ର ହୋଇ ମଦ ଦୋକାନ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ମଦ ଦୋକାନ ନିକଟରେ ଅନେକ ସମୟରେ ଅସାମାଜିକ  କାର୍ଯ୍ୟକଳାପ ହେଉଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ୱାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେମାନେ ଆଜି ଏଭଳି ପଦକ୍ଷେପ ନେଇଥିବା ସେମାନେ କହିଛନ୍ତି।

Related story