ଭୁବନେଶ୍ୱର ନିକୋ ପାର୍କରେ ଦୁର୍ଘଟଣା: ୩ ଛାତ୍ରୀ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ନିକୋ ପାର୍କରେ ଘଟିଛି ଦୁର୍ଘଟଣା। ଆଜି ପୂର୍ବାହ୍ନରେ ପାର୍କରେ ଥିବା ୱାଟର ସୁଟରେ ଘଟିଛି ଏହି ଦୁର୍ଘଟଣା।ଲୋକେ ‘ୱାଟର୍ ସୁଟ୍’ର ମଜା ନେଉଥିବା ବେଳେ ହଠାତ୍ ଏହାର ଖସଡ଼ା ଟ୍ରାକରୁ ବାହାରକୁ ଚାଲି ଯାଇଥିଲା। ଏଥିରେ ୩ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନେ ପାଣି ଭିତରକୁ ଛିଟିକି ପଡ଼ିଥିଲେ। ଆହତ ଛାତ୍ରୀମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରୀମାନେ ଭୁବନେଶ୍ୱର ନିଳାଦ୍ରୀ ବିହାର ଅଚଂଳର। ସେମାନେ ରମାଦେବୀ କଲେଜର ଯୁକ୍ତ ଦୁଇରେ ପଢନ୍ତି […]

park1

Rakesh Mallick
  • Published: Sunday, 14 June 2015
  • , Updated: 15 June 2015, 08:26 AM IST

ଭୁବନେଶ୍ୱର: ଭୁବନେଶ୍ୱର ନିକୋ ପାର୍କରେ ଘଟିଛି ଦୁର୍ଘଟଣା। ଆଜି ପୂର୍ବାହ୍ନରେ ପାର୍କରେ ଥିବା ୱାଟର ସୁଟରେ ଘଟିଛି ଏହି ଦୁର୍ଘଟଣା।ଲୋକେ ‘ୱାଟର୍ ସୁଟ୍'ର ମଜା ନେଉଥିବା ବେଳେ ହଠାତ୍ ଏହାର ଖସଡ଼ା ଟ୍ରାକରୁ ବାହାରକୁ ଚାଲି ଯାଇଥିଲା। ଏଥିରେ ୩ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନେ ପାଣି ଭିତରକୁ ଛିଟିକି ପଡ଼ିଥିଲେ। ଆହତ ଛାତ୍ରୀମାନଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରୀମାନେ ଭୁବନେଶ୍ୱର ନିଳାଦ୍ରୀ ବିହାର ଅଚଂଳର। ସେମାନେ ରମାଦେବୀ କଲେଜର ଯୁକ୍ତ ଦୁଇରେ ପଢନ୍ତି ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ କରାଯାଉଛି ବୋଲି ପାର୍କ କର୍ତ୍ତୃପକ୍ଷ କହିଛନ୍ତି।

Related story