ମେୟରଙ୍କୁ କଂଗ୍ରେସର ପୁରସ୍କାର: ମାନପତ୍ରରେ ଲେଖାଯାଇଛି ଏମିତି କଥା, ପଢ଼ିଲେ ହସି ହସି ଗଡ଼ିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫେସ୍‌ବୁକ୍‌ରେ ଏକ ମାନପତ୍ର ପୋଷ୍ଟ୍ କରାଯାଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଉଦ୍ଦେଶ୍ୟରେ ଏହି ମାନପତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ତାଙ୍କ ଫଟୋ ମଧ୍ୟ ରହିଛି। ଏଥିରେ ଯାହା ଲେଖାଯାଇଛି ସେଥିରୁ ଜଣାପଡ଼ୁଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କ ପାଇଁ ଏହି ମାନପତ୍ର ପ୍ରସ୍ତୁତ କରାଯାଇଛି। ତାଙ୍କୁ ପ୍ରଶଂସା କରି ଏଥିରେ କେଇ ପଦ କଥା ଲେଖାଯାଇଛି। ଏହାକୁ ପଢ଼ି ଆପଣ ହସି ହସି ଗଡ଼ିଯିବେ ବୋଲି ଆମେ ଭାବୁଛୁ। […]

photo1

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 08:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫେସ୍‌ବୁକ୍‌ରେ ଏକ ମାନପତ୍ର ପୋଷ୍ଟ୍ କରାଯାଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଉଦ୍ଦେଶ୍ୟରେ ଏହି ମାନପତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ତାଙ୍କ ଫଟୋ ମଧ୍ୟ ରହିଛି। ଏଥିରେ ଯାହା ଲେଖାଯାଇଛି ସେଥିରୁ ଜଣାପଡ଼ୁଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କ ପାଇଁ ଏହି ମାନପତ୍ର ପ୍ରସ୍ତୁତ କରାଯାଇଛି। ତାଙ୍କୁ ପ୍ରଶଂସା କରି ଏଥିରେ କେଇ ପଦ କଥା ଲେଖାଯାଇଛି। ଏହାକୁ ପଢ଼ି ଆପଣ ହସି ହସି ଗଡ଼ିଯିବେ ବୋଲି ଆମେ ଭାବୁଛୁ।

ଏଥିରେ ଲେଖାଯାଇଛି-  ମହାଶୟ, ଆପଣ ଅନନ୍ତ ଶୟନରେ ରହି ଭୁବନେଶ୍ୱରବାସୀଙ୍କ ପାଇଁ ଅନେକ ସ୍ୱପ୍ନ ଦେଖିଛନ୍ତି। ଆପଣଙ୍କ ଅକ୍ଳାନ୍ତ ଉଦ୍ୟମ ପାଇଁ ଅସରା ଦି ଅସରା ବର୍ଷାରେ ଭୁବନେଶ୍ୱରରେ ସୃଷ୍ଟି ହେଉଛି କୃତ୍ରିମ ହ୍ରଦ। ଘର ଭିତରେ ଲହରୀ ଭାଙ୍ଗୁଛି ପାଣି। ସହରର ଅନେକ ସ୍ଥାନରେ କୁଢ଼ କୁଢ଼ ଆବର୍ଜନାର ପାହାଡ଼। ହ୍ରଦ, ସମୁଦ୍ର ଓ ପାହାଡ଼ ସୃଷ୍ଟି କରି ଆପଣ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ଆପଣ ଦିନରାତି ମେହନତ କରିବାର ଫଳ ଆଜି ଭୁବନେଶ୍ୱରବାସୀ ପାଇଛନ୍ତି। ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ୯୪ ସ୍ଥାନରୁ ୨୪୫ ସ୍ଥାନକୁ ଖସିଆସିଛି। ଏହି ସଫଳତା ସମସ୍ତଙ୍କ ଈର୍ଷାନ୍ୱିତ କରିଛି। ଆଜିର ଏହି ମାହାର୍ଘ ବେଳାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଆପଣଙ୍କୁ ‘ଶ୍ରେଷ୍ଠ ପରିମଳ ପୁରସ୍କାର’ ପ୍ରଦାନ କରି ନିଜକୁ ଧନ୍ୟ ମନେ କରୁଛି।

ମାନପତ୍ରରେ ଏଯେଉଁ କଥା ଲେଖାଯାଇଛି, ତାକୁ ପଢ଼ିବା ପରେ ଆପଣମାନେ ବୁଝିସାରିବେଣି ଯିଏ ଏଭଳି ପୋଷ୍ଟ କରିଛନ୍ତି, ତା’ପଛରେ ତାଙ୍କର କି ଉଦ୍ଦେଶ୍ୟ ରହିଛି? ଏହାକୁ ଆଉ ବୁଝାଇ ଲେଖିବାର ଆବଶ୍ୟକତା ନାହିଁ।

ଭୁବନେଶ୍ୱରରେ ମେୟର ବାବୁ କ’ଣ ସବୁ କରିଛନ୍ତି, ତା’ ବିଷୟରେ ପଚାରିଲେ ସେ ତ ଲମ୍ବା ତାଲିକା ନିଶ୍ଚିତ ଦେବେ। ସେଥିରେ ଆଦୌ ସନ୍ଦେହ ନାହିଁ। ତେବେ ମାନପତ୍ରରେ ଯେଉଁ କଥାଗୁଡ଼ିକ ଲେଖାଯାଇଛି ସେଗୁଡ଼ିକ ଯେ ହେଉ ନାହିଁ ତାହା ଅନନ୍ତ ବାବୁ କହିପାରିବେନି। ଏଠି ବର୍ଷା ହେଲେ ଜାଗା ଜାଗାରେ ହ୍ରଦ ସୃଷ୍ଟି ହୋଇଯାଉଛି। ଏହା କ’ଣ ମିଛ? ଅନେକ ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମା ହୋଇ ରହୁଛି ଓ ସେଥିରୁ ଗନ୍ଧ ବାହାରୁଛି।

Related story