ରାଜ୍ୟର ବିଭିନ୍ନ ସଡ଼କ ପ୍ରକଳ୍ପରେ ୩୫ହଜାର କୋଟି ଟଙ୍କା ଖର୍ଚ୍ଚ ହେବ: ନୀତିନ ଗଡ଼କରୀ

ଭୁବନେଶ୍ୱର:  ଓଡ଼ିଶାରେ ପ୍ରାୟ ୨ ହଜାର କିଲୋମିଟର ରାସ୍ତା ଜାତୀୟ ରାଜପଥ ହେବ ବୋଲି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।  ଏହି ଅବସରରେ ରାଜ୍ୟରେ ୭ଟି ନୂଆ ଜାତୀୟ ରାଜପଥ ଘୋଷଣା କରିଛନ୍ତି। ଯାଜପୁର ଜିଲ୍ଲାରେ ୧୨୮ କିଲୋମିଟର ଏବଂ ଜଗତସିଂହପୁର ଜିଲ୍ଲାର ୭୮ କିଲୋମିଟର ରାସ୍ତାକୁ ଜାତୀୟ ରାଜପଥ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ ବିଭିନ୍ନ ସଡ଼କ ପ୍ରକଳ୍ପରେ ୩୫ହଜାର କୋଟି ଟଙ୍କା […]

Untitled

Rakesh Mallick
  • Published: Friday, 10 July 2015
  • , Updated: 10 July 2015, 07:32 AM IST

ଭୁବନେଶ୍ୱର:  ଓଡ଼ିଶାରେ ପ୍ରାୟ ୨ ହଜାର କିଲୋମିଟର ରାସ୍ତା ଜାତୀୟ ରାଜପଥ ହେବ ବୋଲି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ।  ଏହି ଅବସରରେ ରାଜ୍ୟରେ ୭ଟି ନୂଆ ଜାତୀୟ ରାଜପଥ ଘୋଷଣା କରିଛନ୍ତି। ଯାଜପୁର ଜିଲ୍ଲାରେ ୧୨୮ କିଲୋମିଟର ଏବଂ ଜଗତସିଂହପୁର ଜିଲ୍ଲାର ୭୮ କିଲୋମିଟର ରାସ୍ତାକୁ ଜାତୀୟ ରାଜପଥ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ ବିଭିନ୍ନ ସଡ଼କ ପ୍ରକଳ୍ପରେ ୩୫ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ୨୦୧୫  ଡିସେମ୍ୱର ସୁଦ୍ଧା ୧୦ ହଜାର କୋଟି ଟଙ୍କ। ଖର୍ଚ୍ଚ ହେବ ବୋଲି ଗଡ଼କରୀ କହିଛନ୍ତି।  ରାଜ୍ୟରେ ୧୨ଟି ବାଇପାସ୍ ନିର୍ମାଣ ହେବ। ପ୍ରତି ବାଇପାସ୍ ନିକଟରେ ଟ୍ରାନ୍ସପୋର୍ଟ ନଗର ପ୍ରତିଷ୍ଠା ହେବ ବୋଲି ଗଡ଼କରୀ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।  ଏନ୍‌ଏଚ ସଂଯୋଗ ହୋଇନଥିବା ଜିଲ୍ଲା ଗୁଡିକୁ ଏନ୍‌ଏଚ୍ ସଂଯୋଗ ହେବ  । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଠାରେ ଥିବା ବାଇପାସ ଟ୍ରାନ୍ସପୋର୍ଟ ନଗର ହେବ।  ଓଡ଼ିଶାର ବୈତରଣୀ, ବିରୁପା, ମହାନଦୀ, ବୁଢ଼ାବଳଙ୍ଗ ନଦୀରେ ୩୩୨ କିଲୋମିଟରର ଅନ୍ତଃରାଜ୍ୟ ଜଳପଥ ନିର୍ମାଣ କରାଯିବ ବୋଲି ଗଡକରୀ ଘୋଷଣା କରିଛନ୍ତି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ସମ୍ପର୍କରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଗଡକରୀ କହିଥିଲେ ଯେ ବୈଠକ ଗୋପନ ଥିଲା। କଣ  ଆଲୋଚନା ହୋଇଥିଲା କୁହାଯାଇ ପାରିବ ନାହିଁ।  ଏହି ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ କେଭି ସିଂହଦେବ ଉପସ୍ଥିତ ଥିଲେ।

Related story