ବିଭୂତି ଭୂଷଣ ପଟ୍ଟନାୟକ ଓ ସୁଧାଂଶୁ ଶେଖର ରଥ ହେଲେ ଓପିଏସସି ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ନିଯୁକ୍ତି ଦେଇଛନ୍ତି। ଗତକାଲି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଜଗନ୍ନାଥ ଲେଙ୍କାକୁ ଓପିଏସସି ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗତ ଜୁୂଲାଇ ୩୧ତାରିଖରେ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ଅବସର ନେଇଥିବା ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଆଜି […]

opse

Manoranjan Sial
  • Published: Friday, 21 August 2020
  • , Updated: 21 August 2020, 05:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ନିଯୁକ୍ତି ଦେଇଛନ୍ତି। ଗତକାଲି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଜଗନ୍ନାଥ ଲେଙ୍କାକୁ ଓପିଏସସି ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗତ ଜୁୂଲାଇ ୩୧ତାରିଖରେ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ଅବସର ନେଇଥିବା ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଆଜି ଓପିଏସସି ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପଟ୍ଟନାୟକ ପର୍ଯ୍ୟଟନ ନିର୍ଦ୍ଦେଶକ, ଝାରସୁଗୁଡ଼ା ଜିଲ୍ଲାପାଳ ସମେତ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ସେହିପରି ପ୍ରଫେସର ରଥ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରେ ତା’ର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଥିଲେ। ସେ ଅର୍ଥନୀତି ବିଭାଗର ପ୍ରଫେସର ଭାବେ ଜଣାଶୁଣା। ସେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଓଏସଡି, ରେଜିଷ୍ଟ୍ରାର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କର ଅନେକ ଲେଖା ଜାତୀୟ ଓ ଆନ୍ତର୍ଜାତିକ ପତ୍ରିକାରେ ପ୍ରକାଶିତ ହୋଇଛି।

Related story