ଭାଣ୍ଡିଆ ହେଲେ ମାଜିଷ୍ଟ୍ରେଟ୍‌, ଯୁବକ କହିଲେ ମୋ ଗାଡ଼ି ଚେକ୍‌ କରିବା ଆଗରୁ ତୁମ ପରିଚୟ ଦେଖାଅ, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଏବେ ସୋସିଆଲ ମିଡିଆରେ ଏକ ଭିଡଓ ଘୁରି ବୁଲୁଛି । ଯାହା ଖୁବ୍&zwnj; କୌତୁହଳ ହୋଇଛି। ଏହି ଭିଡିଓରେ ଜଣେ ପୋଲିସ ଏବଂ ମାଜିଷ୍ଟ୍ରେଟ୍&zwnj; କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ ମିଳିଛି। କଥାବାର୍ତ୍ତା ଓ ଆଲୋଚନାକରୁ ଭିଡିଓଟି ବିଜେପୁର ସମ୍ପର୍କିତ ବୋଲି ଜଣାପଡ଼ିଛି। ଘଟଣାଟି ଏମିତି। ଏବେ ବିଜେପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲୁଛି। &nbsp;ଜଣେ ଯୁବକ ଗେରୁଆ ବସ୍ତ୍ରରେ ଥିବା ସହ ନିଜକୁ ଜଣେ ବିଜେପି ନେତା ବୋଲି ଦାବି କରିଛନ୍ତି। ଯୁବକ ଜଣକ ପ୍ରଚାର ପାଇଁ ନିଜ କାରରେ ବିଜେପୁର ଯାଉଥିବା କହୁଛନ୍ତି। ହେଲେ ବାଟରେ ତାଙ୍କୁ ପୋଲିସ ଅଟକାଉଛି । ଆଉ ତାଙ୍କ କାର ଯାଞ୍ଚ ପାଇଁ କହୁଛନ୍ତି। ହେଲେ ଯୁବକ ଜଣକ ଛାଡ଼ିବା ମୁଡରେ ନ ଥିଲେ। ପ୍ରଥେମ ଗାଡ଼ି ଯାଞ୍ଚ ପୂର୍ବରୁ ପୋଲିସର ପରିଚୟ ମାଗୁଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ &nbsp;ନିଜକୁ ଆଇଆଇସି ବୋଲି କହୁଛନ୍ତି। ଆଉ ସାଙ୍ଗରେ ମାଜିଷ୍ଟ୍ରେଟ ଥିବା କହୁଛନ୍ତି।</p> <p>ହେଲେ ଯୁବକ ଜଣକ କହୁଛନ୍ତି ମୁଁ କେମିତି ବିଶ୍ୱାସ କରିବି। ମୁଁ ପରିଚୟପତ୍ର ଦେଖିବାକୁ ଚାହେଁ। ପରେ ପାଖରେ ଥିବା ଗାଡ଼ିରୁ ଅନ୍ୟ ଜଣେ ଆସି ନିଜକୁ ମାଜିଷ୍ଟ୍ରେଟ ବୋଲି ପରିଚୟ ଦେଉଛନ୍ତି । ଆଉ ନିର୍ବାଚନ ଦାୟିତ୍ୱରେ ଥିବା କହୁଛନ୍ତି। ହେଲେ ଯୁବକଙ୍କର ଜିଦ୍ ସେ ଆଇ କାର୍ଡ଼ ଦେଖିବେ। ପରେ ମାଜିଷ୍ଟ୍ରେଟ ପରିଚୟ ଦେଇଥିବା ବ୍ୟକ୍ତି ଜଣକ ନିଜ ମୋବାଇଲରେ ସେଭ୍&zwnj; ହୋଇ ଥିବା କପି ରେ ନିଜର ପରିଚୟ ଦେଖାଇଥିଲେ।&nbsp; କହିଥିଲେ ମୁଁ ଆଦିତ୍ୟ କୁମାର ପଣ୍ଡା। ହେଲେ ତାଙ୍କ ଦାୟିତ୍ୱ ବରପାଲିରେ ଥିବା ଉଲ୍ଲେଖ ରହିଛି। କିନ୍ତୁ ସେ ବିଜେପୁରରେ ଚେକ୍&zwnj; କରୁଥିବାରୁ ବିଜେପି ନେତା ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ। କହିଥିଲେ ଆପଣଙ୍କ ଡ୍ୟୁଟି ବରପାଲିରେ ରହିଛି। &nbsp;ଏହା ହେଉଛି ବିଜେପୁର ବ୍ଲକ। ଆପଣ ବରପାଲିରେ ଚେକ୍&zwnj; କରନ୍ତୁ ବୋଲି ଯୁବକ ଜଣକ କହିଥିଲେ। ଆଉ ଆଦିତ୍ୟ କୁମାର ପଣ୍ଡା ସରି କହି ଭୁଲ ମାଗିଥିଲେ। ପରେ ଯୁବକ ଜଣକ ପଳାଇ ଆସିଥିଲେ। ଏହାର ସୁଟିଂ ହୋଇଥିବା ଭିଡିଓଟି ଫେସବୁକ୍&zwnj;ରେ ଏବେ ପ୍ରବଳମାତ୍ରାରେ ସେୟାର ହେଉଛି।</p>

Ordigital Desk
  • Published: Wednesday, 21 February 2018
  • Updated: 21 February 2018, 05:51 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଏବେ ସୋସିଆଲ ମିଡିଆରେ ଏକ ଭିଡଓ ଘୁରି ବୁଲୁଛି । ଯାହା ଖୁବ୍&zwnj; କୌତୁହଳ ହୋଇଛି। ଏହି ଭିଡିଓରେ ଜଣେ ପୋଲିସ ଏବଂ ମାଜିଷ୍ଟ୍ରେଟ୍&zwnj; କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ ମିଳିଛି। କଥାବାର୍ତ୍ତା ଓ ଆଲୋଚନାକରୁ ଭିଡିଓଟି ବିଜେପୁର ସମ୍ପର୍କିତ ବୋଲି ଜଣାପଡ଼ିଛି। ଘଟଣାଟି ଏମିତି। ଏବେ ବିଜେପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲୁଛି। &nbsp;ଜଣେ ଯୁବକ ଗେରୁଆ ବସ୍ତ୍ରରେ ଥିବା ସହ ନିଜକୁ ଜଣେ ବିଜେପି ନେତା ବୋଲି ଦାବି କରିଛନ୍ତି। ଯୁବକ ଜଣକ ପ୍ରଚାର ପାଇଁ ନିଜ କାରରେ ବିଜେପୁର ଯାଉଥିବା କହୁଛନ୍ତି। ହେଲେ ବାଟରେ ତାଙ୍କୁ ପୋଲିସ ଅଟକାଉଛି । ଆଉ ତାଙ୍କ କାର ଯାଞ୍ଚ ପାଇଁ କହୁଛନ୍ତି। ହେଲେ ଯୁବକ ଜଣକ ଛାଡ଼ିବା ମୁଡରେ ନ ଥିଲେ। ପ୍ରଥେମ ଗାଡ଼ି ଯାଞ୍ଚ ପୂର୍ବରୁ ପୋଲିସର ପରିଚୟ ମାଗୁଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ &nbsp;ନିଜକୁ ଆଇଆଇସି ବୋଲି କହୁଛନ୍ତି। ଆଉ ସାଙ୍ଗରେ ମାଜିଷ୍ଟ୍ରେଟ ଥିବା କହୁଛନ୍ତି।</p><p>ହେଲେ ଯୁବକ ଜଣକ କହୁଛନ୍ତି ମୁଁ କେମିତି ବିଶ୍ୱାସ କରିବି। ମୁଁ ପରିଚୟପତ୍ର ଦେଖିବାକୁ ଚାହେଁ। ପରେ ପାଖରେ ଥିବା ଗାଡ଼ିରୁ ଅନ୍ୟ ଜଣେ ଆସି ନିଜକୁ ମାଜିଷ୍ଟ୍ରେଟ ବୋଲି ପରିଚୟ ଦେଉଛନ୍ତି । ଆଉ ନିର୍ବାଚନ ଦାୟିତ୍ୱରେ ଥିବା କହୁଛନ୍ତି। ହେଲେ ଯୁବକଙ୍କର ଜିଦ୍ ସେ ଆଇ କାର୍ଡ଼ ଦେଖିବେ। ପରେ ମାଜିଷ୍ଟ୍ରେଟ ପରିଚୟ ଦେଇଥିବା ବ୍ୟକ୍ତି ଜଣକ ନିଜ ମୋବାଇଲରେ ସେଭ୍&zwnj; ହୋଇ ଥିବା କପି ରେ ନିଜର ପରିଚୟ ଦେଖାଇଥିଲେ।&nbsp; କହିଥିଲେ ମୁଁ ଆଦିତ୍ୟ କୁମାର ପଣ୍ଡା। ହେଲେ ତାଙ୍କ ଦାୟିତ୍ୱ ବରପାଲିରେ ଥିବା ଉଲ୍ଲେଖ ରହିଛି। କିନ୍ତୁ ସେ ବିଜେପୁରରେ ଚେକ୍&zwnj; କରୁଥିବାରୁ ବିଜେପି ନେତା ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ। କହିଥିଲେ ଆପଣଙ୍କ ଡ୍ୟୁଟି ବରପାଲିରେ ରହିଛି। &nbsp;ଏହା ହେଉଛି ବିଜେପୁର ବ୍ଲକ। ଆପଣ ବରପାଲିରେ ଚେକ୍&zwnj; କରନ୍ତୁ ବୋଲି ଯୁବକ ଜଣକ କହିଥିଲେ। ଆଉ ଆଦିତ୍ୟ କୁମାର ପଣ୍ଡା ସରି କହି ଭୁଲ ମାଗିଥିଲେ। ପରେ ଯୁବକ ଜଣକ ପଳାଇ ଆସିଥିଲେ। ଏହାର ସୁଟିଂ ହୋଇଥିବା ଭିଡିଓଟି ଫେସବୁକ୍&zwnj;ରେ ଏବେ ପ୍ରବଳମାତ୍ରାରେ ସେୟାର ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos