ଲକ୍ଷେ ଟପି ଗଲେ ରୀତା, ଆଉ ଗୋଟିଏ ରାଉଣ୍ଡ ଗଣତି

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ୨୦ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧,୫୩୯ ଭୋଟ୍‌ରେ ଆଗୁଆ ଅଛନ୍ତି। ଏହି ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧,୦୧,୪୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୫୯,୮୯୬ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୦,୧୫୩ଟି ଭୋଟ୍ […]

Bijepur20

Rakesh Mallick
  • Published: Wednesday, 28 February 2018
  • , Updated: 01 March 2018, 05:05 AM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପ ନିର୍ବାଚନର ଭୋଟ୍ ଗଣତି ଚାଲିଛି।  ୨୦ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ୪୧,୫୩୯ ଭୋଟ୍‌ରେ ଆଗୁଆ ଅଛନ୍ତି।

ଏହି ରାଉଣ୍ଡ ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧,୦୧,୪୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୫୯,୮୯୬ ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୦,୧୫୩ଟି ଭୋଟ୍ ପାଇଛନ୍ତି।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ରୀତାଙ୍କ ସ୍ୱାମୀ ସ୍ୱର୍ଗତ ସୁବଳ ସାହୁ ଏହି ଆସନରେ ୫୩,୨୯୦ ଭୋଟ୍ ପାଇ ବିଜୟୀ ହୋଇଥିଲେ। ସେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ।

Related story