ଆଜି ଆସିବ ଜନତାଙ୍କ ଫୈସଲା: ଜିତିବାର ଦମ୍ଭ ଦେଖାଇଲେ ରୀତା, ଅଶୋକ ଓ ପ୍ରଣୟ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାତି ପାହିଲେ ଆସିବ ବିଜେପୁର ଫଇସଲା । ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି । ପରସ୍ପରକୁ ମାତ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତ,  କିଏ ୨୦ ହଜାର ପୁଣି କିଏ ୧୦ ହଜାର ଭୋଟର ବିଜୟ ତିଳକ ଆଶା କରୁଛନ୍ତି । ହେଲେ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତା କିନ୍ତୁ ବିଜୟ […]

bijepur

Rakesh Mallick
  • Published: Wednesday, 28 February 2018
  • , Updated: 28 February 2018, 07:11 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାତି ପାହିଲେ ଆସିବ ବିଜେପୁର ଫଇସଲା । ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି । ପରସ୍ପରକୁ ମାତ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତ,  କିଏ ୨୦ ହଜାର ପୁଣି କିଏ ୧୦ ହଜାର ଭୋଟର ବିଜୟ ତିଳକ ଆଶା କରୁଛନ୍ତି । ହେଲେ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତା କିନ୍ତୁ ବିଜୟ ବ୍ୟବଧାନର ପରସଂଖ୍ୟାନକୁ ନେଇ ମୁହଁରେ ତାଲା ଲଗାଇଥିବା ବେଳେ କଂଗ୍ରେସ ନେତା ଜିତିବା କାଠିକର ପାଠ ବୋଲି କହିଲେଣି।

ବିଜେଡି ପ୍ରାର୍ଥୀ ରୀତା ସାହୁ  ନିଜ  ବିଜୟ ପାଇଁ ଦୃଢ ନିଶ୍ଚିତ ବୋଲି କହିଛନ୍ତି। ତାଙ୍କ ଆକଳନରେ ବିଜୟର ବ୍ୟବଧାନ ହେଉଛି ୩୦ରୁ ୪୦ ହଜାର ଭୋଟ। ନବୀନଙ୍କ ଲୋକପ୍ରିୟତା ଓ ସୁବଳଙ୍କ ଭଲ କାମ ପାଇଁ ନିଜ ବିଜୟ ନେଇ ସେ ଏମିତି ଦମ୍ଭ ଧରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ  ନିଜ ଜିତିବା ନେଇ ସେ ବେଶ ନିଶ୍ଚିତ ଅଛନ୍ତି। ହେଲେ ବିଜୟ ବ୍ୟବଧାନର ଗଣିତରେ ସଂଖ୍ୟାକୁ ଟିକିଏ କମାଇ ଦେଉଛନ୍ତି ଅଶୋକ । ପ୍ରଥମେ ୩୦ ହଜାର ଭୋଟରେ ଜିତିବା କଥା କହୁଥିବା ଅଶୋକ ଏବେ ୨୦ ହଜାର କଥା କହିଲେଣି। ରହିଲେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ପ୍ରଣୟଙ୍କ ଜିତିବା ଗଣିତ ଅନ୍ୟମାନଙ୍କ ତୁଳନାରେ କମ୍। ୫ରୁ ୧୦ ହଜାର ଭୋଟରେ ବିଜେପୁରର ବିଜୟ ମୁକୁଟ ଲଗାଇବାର ଦମ୍ଭ ରଖୁଛନ୍ତି ପ୍ରଣୟ। ତେବେ ବିଡମ୍ବନା ହେଉଛି ପ୍ରଣୟଙ୍କ ପାଇଁ ପ୍ରଚାର କରିଥିବା ଦଳର ହେଭିଓ୍ୱେଓ୍ୱଟ ନିରଞ୍ଜନ ପଟ୍ଟନାୟକ ବିଜୟ ନେଇ ଦମ୍ଭୋକ୍ତି ନ କରି ବରଂ ହାତ ଟେକି ଦେଇଛନ୍ତି।  ଠିକ ଭାବରେ ପ୍ରସ୍ତୁତି ନ କରି ଲଢି ନ ଥିବାରୁ ଜିତିବା କଷ୍ଟକର ବୋଲି କହିଛନ୍ତି ନିରଞ୍ଜନ।

 

Related story