ବିଜୁ ଗାଁ ଗାଡି ଯୋଜନାରେ ମାଓ ପ୍ରଭାବିତ ଅଞ୍ଚଳକୁ ଗଡିବ ଆଉ ୩୦ ବସ୍

ଭୁବନେଶ୍ୱର: ରାଜ୍ୟରେ ଥିବା ଆଦିବାସୀ ଓ ମାଓ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବାକୁ ରାଜ୍ୟ ସରକାର ଆଉ ୩୦ଟି ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୁ ଗାଁ ଗାଡି ଯୋଜନା (ବିଜିଜିୱାଇ)ର ଦ୍ୱିତୀୟ ପ୍ରର୍ଯ୍ୟାୟରେ ସରକାର ଏହି ସବୁ ଅଞ୍ଚଳକୁ ବସ ଚଳାଇବେ। ପୂର୍ବରୁ ଏହି ସବୁ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ୫୭ଟି ବସ୍ ଚଳାଚଳ କରୁଛି। ମଙ୍ଗଳବାର ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ କର୍ପୋରେସନ (ଓଏସଆରଟିସି)ର ସିଏମଡି ତଥା ପୂର୍ବତନ ପୋଲିସ […]

Biju-Gan-Gadi

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 11:59 AM IST

ଭୁବନେଶ୍ୱର: ରାଜ୍ୟରେ ଥିବା ଆଦିବାସୀ ଓ ମାଓ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବାକୁ ରାଜ୍ୟ ସରକାର ଆଉ ୩୦ଟି ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୁ ଗାଁ ଗାଡି ଯୋଜନା (ବିଜିଜିୱାଇ)ର ଦ୍ୱିତୀୟ ପ୍ରର୍ଯ୍ୟାୟରେ ସରକାର ଏହି ସବୁ ଅଞ୍ଚଳକୁ ବସ ଚଳାଇବେ। ପୂର୍ବରୁ ଏହି ସବୁ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ୫୭ଟି ବସ୍ ଚଳାଚଳ କରୁଛି।

ମଙ୍ଗଳବାର ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ କର୍ପୋରେସନ (ଓଏସଆରଟିସି)ର ସିଏମଡି ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ୍ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ବସଗୁଡିକ ୨୮ଟି ରୁଟରେ ସୁନ୍ଦରଗଡ, ଦେଓଗଡ, ଗଜପତି ଓ ନୂଆପଡା ଜିଲ୍ଲାରେ ଗଡିବ। ଏହି ଅଞ୍ଚଳରେ ପ୍ରାୟତଃ ଘରୋଇ ବସି ଚଳାଚଳ କରି ନ ଥାଏ। ତେଣୁ ସରକାର ସମନାଗମନ ସୁବିଧା ଲାଗି ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୩୧ରେ ଏହାକୁ ଶୁଭାରମ୍ଭ କରିବେ।

Related story