୧୬ରେ ଭୁବନେଶ୍ୱର ଆସିବ ବିଜୁବାବୁଙ୍କ ‘ଡକୋଟା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ‘ଡକୋଟା’ ଦୀର୍ଘଦିନର ପ୍ରୟାସ ପରେ ଚଳିତମାସ ୧୬ତାରିଖରେ ଭୁବନେଶ୍ୱର ଆସିବ । ଏହି ବିମାନର ବିଭିନ୍ନ ଅଂଶକୁ ଭାଗଭାଗ କରି ସଡ଼କ ମାର୍ଗରେ ଭୁବନେଶ୍ୱର ଅଣାଯାଉଛି ଓ ପରେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସମ୍ପୂର୍ଣ୍ଣ ଆସେମ୍ଲିଂ କରି ରଖାଯିବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କୋଲକାତାର ନେତାଜୀ ସୁବାସଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅକାମୀ ହୋଇ ପଡ଼ିରହିଥିବା ବିଜୁବାବୁଙ୍କ ଡକୋଟା […]

dakota

Ordigital Desk
  • Published: Tuesday, 10 January 2023
  • , Updated: 10 January 2023, 10:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ‘ଡକୋଟା’ ଦୀର୍ଘଦିନର ପ୍ରୟାସ ପରେ ଚଳିତମାସ ୧୬ତାରିଖରେ ଭୁବନେଶ୍ୱର ଆସିବ । ଏହି ବିମାନର ବିଭିନ୍ନ ଅଂଶକୁ ଭାଗଭାଗ କରି ସଡ଼କ ମାର୍ଗରେ ଭୁବନେଶ୍ୱର ଅଣାଯାଉଛି ଓ ପରେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସମ୍ପୂର୍ଣ୍ଣ ଆସେମ୍ଲିଂ କରି ରଖାଯିବ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, କୋଲକାତାର ନେତାଜୀ ସୁବାସଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅକାମୀ ହୋଇ ପଡ଼ିରହିଥିବା ବିଜୁବାବୁଙ୍କ ଡକୋଟା ଭିଟି-ଏଭିଆଇ ବିମାନକୁ ଖୋଲାଯାଇ ଏହାର କଳକବଜା ଓ ଅଂଶବିଶେଷ ସଡ଼କ ମାର୍ଗରେ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯିବାକୁ ନିଷ୍ପତ୍ତି ହୋଇଛି । ଏକ ଘରୋଇ ସଂସ୍ଥାକୁ ଏହି ବିମାନର ସ୍ଥାନାନ୍ତର ଦାୟିତ୍ୱ ନ୍ୟସ୍ତ ହୋଇଛି ।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ରାଜ୍ୟ ସରକାର ଏହି ଡକୋଟା ବିମାନକୁ ଆଣିବା ପାଇଁ ପ୍ରକ୍ରିଆ ଆରମ୍ଭ କରିଥିଲେ । ୨୦୨୦ ଜାନୁୟାରୀ ୨୧ତାରିଖରେ ରାଜ୍ୟ ସରକାର ଏନେଇ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କଠୁ ଅନୁମତି ଲୋଡ଼ିଥିଲେ ।

Related story