ଗଛରେ ପିଟିଲା ବାଇକ୍‌, ଦୁଇ ମୃତ

ପାଟଣାଗଡ଼ (ବଂଶୀଧର ସେଠ୍‌): ଗଛରେ ପିଟିହେଲା ବାଇକ୍‌। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାନୁଟ୍‌ ତଅଲା ଛକରେ ଘଟିଛି। ବିଛୁବାହାଳିର ଗାନ୍ଧିରାମ ବାଗ ଓ ପଣ୍ଡିଜୋର ଗାଁର ବୁଲୁ ବାଗ ବାଇକରେ କୌଣସି କାମରେ ବେଲପଡ଼ା ଯାଇଥିଲେ। ଫେରୁଥିବା ବେଳେ କାନୁଟ୍‌ ତଅଲା ଛକରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ […]

bike accident in bolangir

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 03:48 PM IST

ପାଟଣାଗଡ଼ (ବଂଶୀଧର ସେଠ୍‌): ଗଛରେ ପିଟିହେଲା ବାଇକ୍‌। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାନୁଟ୍‌ ତଅଲା ଛକରେ ଘଟିଛି।

ବିଛୁବାହାଳିର ଗାନ୍ଧିରାମ ବାଗ ଓ ପଣ୍ଡିଜୋର ଗାଁର ବୁଲୁ ବାଗ ବାଇକରେ କୌଣସି କାମରେ ବେଲପଡ଼ା ଯାଇଥିଲେ। ଫେରୁଥିବା ବେଳେ କାନୁଟ୍‌ ତଅଲା ଛକରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story