ଘରକୁ ଫେରୁଥିଲେ, ରାସ୍ତା ଉପରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ସଡ଼କ ଦୁର୍ଘଟଣାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର-ଉମରକୋଟ ରାଜ୍ୟ ରାଜପଥର କୋଟପାରାଠାରେ ଘଟିଛି। ଗୁରୁତର ଆହତଙ୍କୁ ଉମରକୋଟ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ରାଇଘର ଅଞ୍ଚଳର ବିଜୟ ମହାପାତ୍ର ହେଉଛନ୍ତି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ। ଆଜି ସେ କୌଣସି କାମରେ ବାଇକ୍‌ରେ ଉମରକୋଟ ଯାଇଥିଲେ। ନିଜର କାମ ସାରି ଘରକୁ ଫେରିବା […]

bike-accident

Manoranjan Sial
  • Published: Monday, 14 October 2019
  • , Updated: 14 October 2019, 09:36 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ସଡ଼କ ଦୁର୍ଘଟଣାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର-ଉମରକୋଟ ରାଜ୍ୟ ରାଜପଥର କୋଟପାରାଠାରେ ଘଟିଛି। ଗୁରୁତର ଆହତଙ୍କୁ ଉମରକୋଟ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ରାଇଘର ଅଞ୍ଚଳର ବିଜୟ ମହାପାତ୍ର ହେଉଛନ୍ତି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ। ଆଜି ସେ କୌଣସି କାମରେ ବାଇକ୍‌ରେ ଉମରକୋଟ ଯାଇଥିଲେ। ନିଜର କାମ ସାରି ଘରକୁ ଫେରିବା ବେଳେ କୋଟପାରା ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ବିଜୟ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ  ତାଙ୍କ ଉପରେ ଚଢ଼ି ଯାଇଥିଲା। ଯାହାଦ୍ୱାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ମୃତ ବିଜୟଙ୍କୁ ଧକ୍କା ଦେଇଥିବା ବାଇକ ଚାଳକ ସରଗୁଲି ଡିଏନକେ ଗାଁର ଦାଦା-ପୁତୁରା ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Related story