ଗାଡ଼ି ଲୁଟୁଥିଲେ, ଧରାପଡ଼ିଗଲେ  

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଗାଡ଼ି ତାଲା ଭାଙ୍ଗି ବିନା ଚାବିରେ ଷ୍ଟାର୍ଟ କରି ଲୁଟି ନେଉଥିଲେ। ଏପରି ତରିକା ଆପଣାଇ ବହୁ ଗାଡ଼ି ଲୁଟ୍‌ କରିଥିବା ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ୍‌ ଗିରଫ କରିଥିବା ବେଳେ ୭ଟି ବାଇକ୍‌ ଜବତ କରିଛି। କଣ୍ଟାବାଞ୍ଜି ପୁଲିସ୍‌ ଦ୍ୱାରା ଏହି ଗ୍ୟାଙ୍ଗର ୩ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି । ଜବତ ହୋଇଥିବା ବାଇକ୍‌ଗୁଡିକ […]

bike

Niharika Rout
  • Published: Monday, 19 October 2020
  • , Updated: 19 October 2020, 08:15 AM IST

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଗାଡ଼ି ତାଲା ଭାଙ୍ଗି ବିନା ଚାବିରେ ଷ୍ଟାର୍ଟ କରି ଲୁଟି ନେଉଥିଲେ। ଏପରି ତରିକା ଆପଣାଇ ବହୁ ଗାଡ଼ି ଲୁଟ୍‌ କରିଥିବା ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ୍‌ ଗିରଫ କରିଥିବା ବେଳେ ୭ଟି ବାଇକ୍‌ ଜବତ କରିଛି।

କଣ୍ଟାବାଞ୍ଜି ପୁଲିସ୍‌ ଦ୍ୱାରା ଏହି ଗ୍ୟାଙ୍ଗର ୩ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି ।

ଜବତ ହୋଇଥିବା ବାଇକ୍‌ଗୁଡିକ ତୁରେକେଲା, ବେଳପଡା ଓ ମୁରିବାହାଲ ଅଞ୍ଚଳର ବୋଲି କଣ୍ଟାବାଞ୍ଜି ଥାନା ଅଧିକାରୀ କହିଛନ୍ତି । କିଛି ଦିନ ପୂର୍ବରୁ ଆଉ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗ ଧରାପଡିଥିଲା

Related story