ବାଇକ୍‌କୁ ପିଟି ଦେଲା ପିକ୍‌ଅପ୍ ଭ୍ୟାନ୍

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମର୍ଯ୍ୟାଦାପୁର ଛକ ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ ଭ୍ୟାନ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଉପେନ୍ଦ୍ର ଭଞ୍ଜ (୫୪)। ତାଙ୍କ ଘର ଗିରିସିଙ୍ଗା ଗାଁରେ। ଆଜି ସକାଳ ପ୍ରାୟ ୮ଟା ବେଳେ ଉପେନ୍ଦ୍ର ବାଇକ୍‌ ଯୋଗେ ନିଜ ଫାର୍ମ ହାଉସ୍‌କୁ ଯାଉଥିଲେ। ଏହି ସମୟରେ ପିକ୍‌ଅପ୍ ଭ୍ୟାନ୍‌ଟି ତାଙ୍କୁ ସାମ୍ନାରୁ […]

accident

Jitendra Garnayak
  • Published: Wednesday, 26 December 2018
  • , Updated: 26 December 2018, 02:54 PM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମର୍ଯ୍ୟାଦାପୁର ଛକ ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ ଭ୍ୟାନ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଉପେନ୍ଦ୍ର ଭଞ୍ଜ (୫୪)। ତାଙ୍କ ଘର ଗିରିସିଙ୍ଗା ଗାଁରେ।

[caption id="attachment_317108" align="aligncenter" width="750"] ରାସ୍ତା ଉପରେ ଉପେନ୍ଦ୍ରଙ୍କ ମୃତଦେହ[/caption]

ଆଜି ସକାଳ ପ୍ରାୟ ୮ଟା ବେଳେ ଉପେନ୍ଦ୍ର ବାଇକ୍‌ ଯୋଗେ ନିଜ ଫାର୍ମ ହାଉସ୍‌କୁ ଯାଉଥିଲେ। ଏହି ସମୟରେ ପିକ୍‌ଅପ୍ ଭ୍ୟାନ୍‌ଟି ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ପିକ୍‌ଭ୍ୟାନ୍‌ଟି ଫେରାର ହୋଇଯାଇଥିଲା। ତେବେ କିଆକଟା ନିକଟରେ ଡ୍ରାଇଭରକୁ ଧରାଯାଇଥିଲା।

ଦୁର୍ଘଟଣା ପରେ ଉପେନ୍ଦ୍ରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କିଛି ସମୟ ଧରି ଏହି ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଅନକେ ଗାଡ଼ି ଅଟକି ରହିଥିଲା। କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା।

Related story