ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ ବ୍ୟବସ୍ଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକସେବା ଭବନର ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର୍‌ ସିଷ୍ଟମ୍‌। ଗତକାଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେସିନ୍‌ରେ ନିଜର ଉପସ୍ଥାନ ପକାଇବେ। ଏହି ମେସିନରେ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ନ ହେଲେ ଅନୁପସ୍ଥିତ ବୋଲି ବିବେଚନା କରାଯିବ। ଏଣୁ କର୍ମଚାରୀମାନେ ସକାଳ ୧୦ଟାରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି। ତେବେ […]

data1

Jitendra Garnayak
  • Published: Tuesday, 24 September 2019
  • , Updated: 24 September 2019, 02:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକସେବା ଭବନର ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର୍‌ ସିଷ୍ଟମ୍‌। ଗତକାଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେସିନ୍‌ରେ ନିଜର ଉପସ୍ଥାନ ପକାଇବେ। ଏହି ମେସିନରେ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ନ ହେଲେ ଅନୁପସ୍ଥିତ ବୋଲି ବିବେଚନା କରାଯିବ। ଏଣୁ କର୍ମଚାରୀମାନେ ସକାଳ ୧୦ଟାରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି। ତେବେ ବିଭିନ୍ନ ସ୍ଥିତିକୁ ନଜରରେ ରଖି ଅଧ ଘଣ୍ଟା ରିହାତି ରଖାଯାଇଛି।

ରିହାତି ଅନୁସାରେ କର୍ମଚାରୀମାନେ ସକାଳ ୧୦.୩୦ ସୁଦ୍ଧା ଆଟେଣ୍ଡାନ୍ସ ଦେବେ। ସେହିପରି ସଂଧ୍ୟା ୫ଟାରେ ପଞ୍ଚ ଆଉଟ୍ କରି ବାହାରିବେ ନ ହେଲେ ସାଢ଼େ ୭ ଘଣ୍ଟା ହୋଇଗଲେ ଅଫିସରୁ ବାହାରି ପାରିବେ। ୧୦ଟା ୩୦ ପରେ ଓ ୧୧ଟା ପୂର୍ବରୁ ପଞ୍ଚ ଇନ୍ କଲେ ଲେଟ୍ ଆଟେଣ୍ଡାନ୍ସ ଭାବେ ବିବେଚନା କରାଯିବ ବୋଲି ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି। ଏମିତି ହେଲେ ସଂପୃକ୍ତ କର୍ମଚାରୀ କାଜୁଆଲ୍ ଲିଭ୍ ପାଇଁ ଆବେଦନ କରିବେ। ଏଭଳି ଭୁଲ୍ ୩ ଦିନ ଯାଏ ଗ୍ରହଣୀୟ ହେବ। ତା’ ପରେ ହେଲେ ଅନୁପସ୍ଥିତି ଭାବେ ବିଚାର କରାଯିବ। ଦିନ ୧୧ଟା ପରେ ଆଟେଣ୍ଡାନ୍ସ ପଡ଼ିଲେ ଛୁଟି ବୋଲି ଗ୍ରହଣ କରାଯିବ।

Related story