ଖୋଲିବ ବିରଜା ମନ୍ଦିର, ତାରିଖ ଘୋଷଣା କଲେ ଜିଲ୍ଲାପାଳ

ଯାଜପୁରର(ଗୁଲାମ ଗସ): ଆସନ୍ତା ୨୯  ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜ ମନ୍ଦିର । ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ଆଜି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ସକାଳ ୬ ଘଟିକରୁ ସନ୍ଧ୍ୟା ୫ ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ। ଏଥିସହ ନୂଆବର୍ଷରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧,୨ ଓ ୩ ତାରିଖରେ  ମନ୍ଦିର ବନ୍ଦ ରହିବ । ଏହି ସମୟରେ ମନ୍ଦିର […]

biraja-1

Niharika Rout
  • Published: Friday, 25 December 2020
  • , Updated: 25 December 2020, 12:50 PM IST

ଯାଜପୁରର(ଗୁଲାମ ଗସ): ଆସନ୍ତା ୨୯  ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜ ମନ୍ଦିର । ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ଆଜି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ସକାଳ ୬ ଘଟିକରୁ ସନ୍ଧ୍ୟା ୫ ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ।

ଏଥିସହ ନୂଆବର୍ଷରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧,୨ ଓ ୩ ତାରିଖରେ  ମନ୍ଦିର ବନ୍ଦ ରହିବ । ଏହି ସମୟରେ ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ ।

ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି, ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବାଟ ଦେଇ ଭିତରକୁ ପ୍ରବେଶ କରିବେ । ଏହାପରେ ଉତ୍ତର ଦ୍ୱାର ଦେଇ ବାହାରିବେ। ସିଂହଦ୍ୱାର ସମ୍ମୁଖରେ ପୁଲିସ୍‌ ମୁତୟନ କରାଯିବ। ଥଣ୍ଡା, ଜ୍ୱର ଥିଲେ ଭିତରକୁ ପ୍ରବେଶ ଅନୁମତି ମିଳିବନି। ଦର୍ଶନ ପାଇଁ କୌଣସି ରେଜିଷ୍ଟ୍ରେଶନ ଦରକାର ନାହିଁ। କେବଳ ପିଣ୍ଡ ଦାନ ନିମନ୍ତେ ଏହାକୁ କରିବାକୁ ପଡ଼ିବ।

ମନ୍ଦିର ପରିଦର୍ଶନ ସମୟରେ କୋଭିଡ଼ ଗାଇଡ଼ଲାଇନ୍‌ ଲାଗୁ ହେବ। ଆସନ୍ତା ମାସରେ ନୂଆ ଗାଇଡଲାଇନ୍‌ ଆସିଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଧର୍ମପୀଠ ଖୋଲା ହେବ। ସନ୍ଧ୍ୟା ଆରତୀ ସମୟରେ ବାହାର ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ମନ୍ଦିରର ପ୍ରଶାସନିକ  ଅଧିକାରୀ ଓ ସେବାୟନ ଉକ୍ତ ସମୟରେ ଉପସ୍ଥିତ ରହିପାରିବେ। ମନ୍ଦିର ଭିତରେ ପ୍ରସାଦ ସେବନକୁ ବାରଣ କରାଯାଇଛି।

ମା’ଙ୍କ ଦର୍ଶନରୁ କାହାକୁ ବଞ୍ଚିତ କରିବା ଲକ୍ଷ୍ୟ ନ ଥିବା ବେଳେ ୧୦ ବର୍ଷରୁ କମ୍‌, ୬୦ ବର୍ଷରୁ ଅଧିକ ତଥା ବୟସାଧିକ ରୋଗରେ ପୀଡ଼ିତ ଥିବା ଲୋକ ଗହଳିକୁ ଏଡ଼ାଇବା ପାଇଁ ପରାମର୍ଶ ଦିଆଯାଇଛି।

Related story