Advertisment

ବୀରମିତ୍ରପୁର ଆଇଆଇସି ନିଲମ୍ବିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ହୋଇଥିବା ହାଜତ ମୃତ୍ୟୁ ମାମଲାରେ ସରକାରଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ୁଥିବା ବେଳେ ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ଘେରିଛନ୍ତି। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ରାଜ୍ୟ ସରକାର ପୁରୀ ଏସ୍‌ପି ଅଖିଳେଶ୍ୱର ସିଂଙ୍କୁ ବଦଳି କରିଥିବା ବେଳେ ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି । ଦାୟିତ୍ୱ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚିକିରିରୁ ନିଲମ୍ବନ […]

author-image
Niharika Rout
ଅଦ୍ୟତନ ହୋଇଛି
ବୀରମିତ୍ରପୁର ଆଇଆଇସି ନିଲମ୍ବିତ

biramitrapur

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ହୋଇଥିବା ହାଜତ ମୃତ୍ୟୁ ମାମଲାରେ ସରକାରଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ୁଥିବା ବେଳେ ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ଘେରିଛନ୍ତି।

Advertisment

ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ରାଜ୍ୟ ସରକାର ପୁରୀ ଏସ୍‌ପି ଅଖିଳେଶ୍ୱର ସିଂଙ୍କୁ ବଦଳି କରିଥିବା ବେଳେ ବୀରମିତ୍ରପୁର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନଙ୍କୁ ମଧ୍ୟ ନିଲମ୍ବିତ କରିଛନ୍ତି । ଦାୟିତ୍ୱ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ଚିକିରିରୁ ନିଲମ୍ବନ ଆଦେଶ ଦେଇଛନ୍ତି ପୁଲିସ୍‌ ଡିଜି । ଏ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

publive-image

ସୂଚନାଯୋଗ୍ୟ, କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ମାମଲାରେ ବୀରମିତ୍ରପୁର ପୁଲିସ ତାରିକ୍ ସଲିମଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଥିଲା l ତେବେ ହାଜତରେ ତାରିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

Advertisment

ଆଗକୁ ପଢନ୍ତୁ: ହାଜତ ମୃତ୍ୟୁ ମାମଲାରେ ଜାତୀୟ ଓ ରାଜ୍ୟ ମାନବାଧିକାରଙ୍କୁ ଫେରାଦ ହେଲା ବିଜେପି

Odisha News Odisha Police