ପ୍ରଶାସନ ଭୁଲିଗଲା ପ୍ରତିଶ୍ରୁତି; ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ବୀରମିତ୍ରପୁର(ରାକେଶ ସାହୁ ): କଥା ରଖିଲାନି ପ୍ରଶାସନ । ୧୦ ଦିନରେ ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ଦେଇଥିଲା। ହେଲେ ୨୦ ଦିନ ପରେ ବି ରାସ୍ତା ଅବସ୍ଥାରେ ସୁଧାର ଆସିଲାନି। ଫଳରେ ତାତିଥିବା ଲୋକେ ରାଜରାସ୍ତାକୁ ଓହ୍ଲାଇଲେ। ଏପରିକି ଜାତୀୟ ରାଜପଥ ମରାମତି ଦାବୀ ନେଇ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଦୋକାନ, ବଜାର ବି […]

strike

  • Published: Monday, 07 November 2022
  • , Updated: 07 November 2022, 08:37 AM IST

ବୀରମିତ୍ରପୁର(ରାକେଶ ସାହୁ ): କଥା ରଖିଲାନି ପ୍ରଶାସନ । ୧୦ ଦିନରେ ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ଦେଇଥିଲା। ହେଲେ ୨୦ ଦିନ ପରେ ବି ରାସ୍ତା ଅବସ୍ଥାରେ ସୁଧାର ଆସିଲାନି। ଫଳରେ ତାତିଥିବା ଲୋକେ ରାଜରାସ୍ତାକୁ ଓହ୍ଲାଇଲେ। ଏପରିକି ଜାତୀୟ ରାଜପଥ ମରାମତି ଦାବୀ ନେଇ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଦୋକାନ, ବଜାର ବି ବନ୍ଦ ରହିଛି।

ବୀରମିତ୍ରପୁର ଦେଇ ଯାଇଥିବା ୧୪୩ ନଂ ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ଦିନ ହେଲା ଏହାର ମରାମତି ପାଇଁ ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ଦାବି ହୋଇ ଆସୁଛି। ଏପରିକି ଦାବି ପୂରଣ ନିମନ୍ତେ ଗତ ୧୭ ତାରିଖରେ ବୀରମିତ୍ରପୁର ଦେଇ ଯାଇଥିବା ୧୪୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।

[caption id="attachment_779538" align="aligncenter" width="650"] ରାସ୍ତା ଅବରୋଧ ଯୋଗୁ ଗାଡ଼ିଗୁଡ଼ିକ ରାସ୍ତାରେ ଅଟକି ରହିଛି।[/caption]

ଉକ୍ତ ସମୟରେ ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ୧୦ ଦିନରେ ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ୨୦ ଦିନ ବିତି ଗଲାଣି। ହେଲେ ଅବସ୍ଥା ଯେସାକୁ ତେସା। ଅର୍ଥାତ ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ । ଏହା ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଥିବା ବୀରମିତ୍ରପୁର ବିକାଶ ମଞ୍ଚ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ସମୟ ପର୍ଯ୍ୟନ୍ତ ବୀରମିତ୍ରପୁର ଜାତୀୟ ରାଜପଥ ୧୪୩ କୁ ଅବରୋଧ କରାଯାଇଛି। ବୀରମିତ୍ରପୁର ତଲସେରା, ନୂଆ ବସ ଷ୍ଟାଣ୍ଡ, ଚାଇନା ଟାଉନ୍, ଏବଂ ଓଡିଶା ଝାଡ଼ଖଣ୍ଡ ସୀମାରେ ବ୍ୟାରିକେଡ ଲଗାଇ ରାସ୍ତା ଅବରୋଧ କରାଯାଇଛି  । ଏଥିଯୋଗୁ ଜାତୀୟ ରାଜପଥ ବନ୍ଦ ରହିବା ସହ ବୀରମିତ୍ରପୁରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି  । ଦୁଇ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି  । ସୁରକ୍ଷାକୁ ଦୃଷ୍ଟିରେ ରଖି ବୀରମିତ୍ରପୁର ପୁଲିସ ପକ୍ଷ୍ୟରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି ।

Related story