କରୋନାରେ ଓଡ଼ିଶାକୁ କେତେ ବିଦେଶାଗତ ପକ୍ଷୀ ଆସିଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକୃତି ମଣିଷ ସମାଜ ପାଇଁ କାଳରୂପି ମହାମାରୀ କରୋନାକୁ ଆଣିଥିଲା। ହେଲେ ପଶୁ ଓ ପକ୍ଷୀଙ୍କ ପାଇଁ ଖୋଲି ଦେଇଥିଲା ପଞ୍ଜୁରୀ। କରୋନାରେ ଲୋକମାନେ ଯେତେବେଳେ ଘରେ ବନ୍ଦୀ ଜୀବନ କାଟୁଥିଲେ, ସେତେବେଳେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଓଡ଼ିଶା ଆସିଥିଲେ ବିଦେଶାଗତ ପକ୍ଷୀ। ଏବେ ସେମାନଙ୍କ କଳରବରେ ଫାଟିପଡ଼ୁଛି ବିଭିନ୍ନ ଜଳାଶୟ। ତେବେ କରୋନା ବେଳେ ଓଡ଼ିଶାକୁ ଚଳିତବର୍ଷ ଦେଶ ବିଦେଶରୁ କେତେ ପକ୍ଷୀ ଆସିଛନ୍ତି ? ରାଜ୍ୟକୁ କେଉଁଠି […]

bird

Manoranjan Sial
  • Published: Sunday, 03 January 2021
  • , Updated: 03 January 2021, 11:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକୃତି ମଣିଷ ସମାଜ ପାଇଁ କାଳରୂପି ମହାମାରୀ କରୋନାକୁ ଆଣିଥିଲା। ହେଲେ ପଶୁ ଓ ପକ୍ଷୀଙ୍କ ପାଇଁ ଖୋଲି ଦେଇଥିଲା ପଞ୍ଜୁରୀ। କରୋନାରେ ଲୋକମାନେ ଯେତେବେଳେ ଘରେ ବନ୍ଦୀ ଜୀବନ କାଟୁଥିଲେ, ସେତେବେଳେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଓଡ଼ିଶା ଆସିଥିଲେ ବିଦେଶାଗତ ପକ୍ଷୀ। ଏବେ ସେମାନଙ୍କ କଳରବରେ ଫାଟିପଡ଼ୁଛି ବିଭିନ୍ନ ଜଳାଶୟ। ତେବେ କରୋନା ବେଳେ ଓଡ଼ିଶାକୁ ଚଳିତବର୍ଷ ଦେଶ ବିଦେଶରୁ କେତେ ପକ୍ଷୀ ଆସିଛନ୍ତି ? ରାଜ୍ୟକୁ କେଉଁଠି ଓ କେଉଁ ପ୍ରଜାତିର ପକ୍ଷୀ କେତେ ଅଛନ୍ତି, ତାହାର ଚାଲିଛି ଆକଳନ।

ବିଦେଶାଗତ ପକ୍ଷୀଙ୍କ ଗଣନା ପାଇଁ କିଏ ବାଇନୋକୁଲାର୍‌ ସାହାଯ୍ୟରେ ଦେଖୁଛି ତ ଆଉ କିଏ ଜିପିଏସ୍‌ ସାହାରାରେ ଗଣନା କରୁଛନ୍ତି। ଆଉ କିଏ କ୍ୟାମେରାରେ ଫଟୋ ଉଠାଇ ଚିହ୍ନଟ କରୁଛନ୍ତି।

ସେପଟେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ନୀଳଗିରିର କୁଲଢ଼ିଆ ଅଭୟାରଣ୍ୟରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଆଜି ସକାଳେ ଖୁମକୁଟ, ବୁଗାଳିବନ୍ଧ ଓ ଋଷିଆ ଡେମ ନିକଟରେ ପକ୍ଷୀଗଣନା କରିଛନ୍ତି ୨୦ରୁ ଅଧିକ ବନ କର୍ମଚାରୀ ଏବଂ ପକ୍ଷୀ ବିଶେଷଜ୍ଞ। କୁହାଯାଉଛି, ଏଯାଏଁ ୩୫ରୁ ଅଧିକ ପ୍ରଜାତିର ପକ୍ଷୀ ଠାବ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ସଂଲଗ୍ନ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଫରେଷ୍ଟ ଡିଭିଜନରେ ଜମିଛି ସାଇବେରିଆ ପକ୍ଷୀଙ୍କ ଭିଡ଼। ଆଉ ସେହି ପକ୍ଷୀଙ୍କ ସଂରକ୍ଷଣ, ପ୍ରଜାତି ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ବନ କର୍ମଚାରୀ। ଜିଲ୍ଲାରେ ଏଭଳି ଭାବେ ଶହେରୁ ଅଧିକ ଆଦ୍ରଭୂମିରେ ପକ୍ଷୀ ଗଣନା କରାଯାଉଛି। ୩ଟି ବନଖଣ୍ଡ ଅଧିନସ୍ଥ ପାଉଁଶିଆ, ହଳଦିଆ, କାଳ, ନେସା, ବାଙ୍କବଳ ଆଦି ଜଳାଶୟ ଗୁଡ଼ିକରେ ପକ୍ଷୀ ଗଣନା ହେଉଥିବା  ଦେଓଳି ବନାଞ୍ଚଳର ରେଞ୍ଜର ରବୀନ୍ଦ୍ର ମହାନ୍ତି କହିଛନ୍ତି।

ପୁରୀ ଜିଲ୍ଲା ବ୍ରହ୍ମଗିରି, ରାଉରକେଲା, ନୂଆପଡ଼ା ଆଦି ଜିଲ୍ଲାର ବନଖଣ୍ଡ ଅଞ୍ଚଳର ଜଳାଶୟ ଗୁଡ଼ିକରେ ହୋଇଛି ପକ୍ଷୀଗଣନା। ରାଉରକେଲା ବନଖଣ୍ଡର ୧୬ଟି ଜଳାଶୟ, ପୁରୀ ବନ୍ୟପାଣୀ ବନଖଣ୍ଡ ଅନ୍ତର୍ଗତ କୋଣାର୍କ, ଅସ୍ତରଙ୍ଗ, ବାଲୁଖଣ୍ଡ, ଗୋପ ଓ ବ୍ରହ୍ମଗିରି ରେଞ୍ଜରେ କରାଯାଇଛି ବାର୍ଷିକ ପକ୍ଷୀଗଣନା।

ସେହିପରି ନୂଆପଡ଼ା ଜିଲ୍ଲାର ରଏତାଲ ସାଗର, ପତୋରା, ଜଲ୍କି, ତିଖାଲି, ଜଡ଼ାମୁଣ୍ଡା, ପେଣ୍ଡରାବନ ଆଦି ଜଳାଶୟ ଓ ଜଳଭଣ୍ଡାରରେ ସକାଳ ୬ରୁ ପୂର୍ବାହ୍ନ ୧୧ଟା ଯାଏଁ ପକ୍ଷୀଗଣନା କରାଯାଇଛି। ଏସବୁ ସ୍ଥାନରେ ଏବର୍ଷ ମଧ୍ୟ ପ୍ରବାସୀ ପକ୍ଷୀଙ୍କ ଭିଡ଼ ପରିଲକ୍ଷିତ ଥିବା କହିଛି ବନ କର୍ମଚାରୀ।

ତେବେ କେଉଁଠି କେଉଁ ପ୍ରଜାତିର କେତେ ପକ୍ଷୀ ଅଛନ୍ତି, ତାହାର ପରବର୍ତ୍ତୀ ସମୟରେ ଜଣାପଡ଼ିବ। ସେପଟେ ଆସନ୍ତା ୫ ତାରିଖରେ ଚିଲିକାର ନଳବଣ, ମଙ୍ଗଳାଯୋଡ଼ି, ସାତପଡ଼ା ଆଦି ୫ଟି ରେଞ୍ଜରେ ପକ୍ଷୀଗଣନା କରିବାକୁ ନିଷ୍ପତ୍ତି ନେଇଛି ବନବିଭାଗ।

 

Related story