ହୀରାକୁଦ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ

ସମ୍ୱଲପୁର: ଆଜିଠାରୁ ହୀରାକୁଦ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ ହୋଇଛି।  ଆଜି ସକାଳ ୬ଟାରୁ ବନ୍ୟପାଣୀ ବନଖଣ୍ଡ ପକ୍ଷରୁ ଏହି ଗଣନା କରାଯାଉଛି। ଏଥିରେ ସମ୍ବଲପୁର, ଝାରସୁଗୁଡା ଏବଂ ହୀରାକୁଦ ଫରେଷ୍ଟ ଡିଭିଜନର କର୍ମଚାରୀମାନେ ସାମିଲ ହୋଇଛନ୍ତି। ପୂରା ଡ୍ୟାମକୁ ୨୧ଟି ସେକ୍ଟରରେ ଭାଗ କରାଯାଇ ଗଣନା କରାଯାଉଛି।  ପ୍ରତି ସେକ୍ଟର ପାଇଁ ୪ ଜଣିଆ ଟିମ୍‌ ରହିବା ସହ ୨୦ଟି ବୋଟ ଏହି ଗଣନା କାମରେ ନିୟୋଜିତ ହୋଇଛନ୍ତି। ସମସ୍ତଙ୍କୁ ଜିପିଏସ, ଲାଇଫ ଜ୍ୟାକେଟ ଦିଆଯାଇଛି।