ଆଜି ବି ଚାଲିଛି କୁକୁଡ଼ା ମରା ଅଭିଯାନ, ମିଳୁଛି କ୍ଷତିପୂରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): OUAT ଫାର୍ମରେ ବାର୍ଡ ଫ୍ଲୁ ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ବି ଜାରି ରହିଛି।  ଆଜି ଓୟୁଏଟି ଫାର୍ମ ଓ ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ ଆସୁଥିବା ଅଞ୍ଚଳରୁ ସବୁ କୁକୁଡ଼ା ମରାଯାଉଛି । ଏହାପରେ ତୁରନ୍ତ ବିଶୋଧନ କାମ ମଧ୍ୟ କରାଯାଉଛି । ଓୟୁଏଟିର ୧ କିଲୋମିଟରରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ରାପିଡ୍ […]

kukuda-1

Niharika Rout
  • Published: Wednesday, 29 January 2020
  • , Updated: 29 January 2020, 02:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): OUAT ଫାର୍ମରେ ବାର୍ଡ ଫ୍ଲୁ ପଜିଟିଭ୍ ଜଣାପଡିବା ପରେ ଜୋରଦାର ହେଲା କୁକୁଡ଼ା ମରା ଅଭିଯାନ। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ବି ଜାରି ରହିଛି।  ଆଜି ଓୟୁଏଟି ଫାର୍ମ ଓ ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ ଆସୁଥିବା ଅଞ୍ଚଳରୁ ସବୁ କୁକୁଡ଼ା ମରାଯାଉଛି । ଏହାପରେ ତୁରନ୍ତ ବିଶୋଧନ କାମ ମଧ୍ୟ କରାଯାଉଛି ।

ଓୟୁଏଟିର ୧ କିଲୋମିଟରରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳରେ ରାପିଡ୍ ରେସପନ୍ସ ଟିମ୍ ତନ୍ନ ତନ୍ନ ଯାଞ୍ଚ କରୁଛି।  ଗତକାଲି  ମୋଟ ୯୧୫ଟି କୁକୁଡ଼ା, ୭ଟି ବତକ ମାରି ଗଭୀର ଗାତରେ ପୋତି ଦିଆଯାଇଥିଲା । ଏହା ସହିତ ୪ହଜାର ୬ ଶହ ଅଣ୍ଡା, ପ୍ରାୟ ସାଢ଼େ ୨୩ କ୍ୱିଣ୍ଟାଲ କୁକୁଡ଼ା ଖାଦ୍ୟ ଓ ଫାର୍ମର କୁକୁଡ଼ା ଖତ ଗାତରେ ପୋତା ଯାଇଥିଲା । ଯେଉଁମାନଙ୍କ କୁକୁଡ଼ା ବତକ ମରାଯାଇଥିଲା, ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦିଆଯାଇଛି ।

ସେପଟେ ଚିଲିକାରୁ ଆଉ କିଛି ବିଦେଶୀ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଫୁଲନଖରା ପଠାଯାଇଥିବା ବେଳେ ନନ୍ଦନକାନନ ପକ୍ଷୀ ବିହାରରୁ ବି ନମୁନା ସଂଗ୍ରହ କରାଯାଇଛି।

ଗତକାଲି ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ଓ କର୍ମଚାରୀ OUAT ରିସର୍ଚ୍ଚ ଫାର୍ମରେ ଥିବା ସମସ୍ତ କୁକୁଡ଼ାଙ୍କୁ ମାରି ପୋତି  ଦେଇଥିଲେ।    ଏଥିପାଇଁ ଗଠିତ ହୋଇଥିଲା ୧୨ଟି ସ୍ୱତନ୍ତ୍ର ଟିମ୍। ଫାର୍ମ ପରିସରରେ ଏକ ବିଶାଳ ଗାତ ଖୋଳି କୁକୁଡା ମାରିବା ପରେ ଚୂନ, ବ୍ଲିଚିଂ ପାଉଡର ଓ ଲୁଣ ପକାଇ ପୋତାଯାଇଛି। ସେପଟେ ସତର୍କତା ସ୍ୱରୂପ ବାର୍ଡ ଫ୍ଲୁ  କାଳେ ଏଠାରୁ ଅନ୍ୟ ଅଞ୍ଚଳକୁ ବ୍ୟାପିଥିବ, ସେହି ଆଶଙ୍କାରେ ଓୟୁଏଟି ଫାର୍ମରୁ ଏକ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ  କୁକୁ଼ଡ଼ାମରା ଅଭିଯାନ ଜାରି ରହିଛି।

Related story