ବିଷାକ୍ତ ହେଉଛି ଦୟାନଦୀ ପାଣି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ପ୍ରବାହିତ ଦୟା ନଦୀର ପାଣି ବିଷାକ୍ତ ହୋଇଥିବା ଅଭିଯୋଗ ହୋଇଛି। ଗଲା କିଛି ଦିନ ହେଲା ପାଣିର ରଙ୍ଗ କଳା ଦେଖାଯାଉଛି ଓ ପ୍ରବଳ ଦୁର୍ଗନ୍ଧ ହେଉଛି। ଏପରିକି ପାଣି ଉପରେ ମଲା ମାଛ ଭାସୁଥିବା ଦେଖିବାକୁ ମିଳୁଛି ଜଟଣୀ ନିକଟସ୍ଥ ହରିପୁରଠାରୁ ତିରିମଲ୍ଲ ଅଂଚଳ ମଧ୍ୟରେ। ସବୁଠାରୁ ବଡ କଥା ହେଲା ଏହି ପାଣିକୁ ଇଷ୍ଟକୋଷ୍ଟ ରେଳବାଇ ଡିଭିଜନ ସହିତ ଖୋର୍ଦ୍ଧା ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳକୁ ପାନୀୟ […]

daya

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 02:17 PM IST

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ପ୍ରବାହିତ ଦୟା ନଦୀର ପାଣି ବିଷାକ୍ତ ହୋଇଥିବା ଅଭିଯୋଗ ହୋଇଛି। ଗଲା କିଛି ଦିନ ହେଲା ପାଣିର ରଙ୍ଗ କଳା ଦେଖାଯାଉଛି ଓ ପ୍ରବଳ ଦୁର୍ଗନ୍ଧ ହେଉଛି। ଏପରିକି ପାଣି ଉପରେ ମଲା ମାଛ ଭାସୁଥିବା ଦେଖିବାକୁ ମିଳୁଛି ଜଟଣୀ ନିକଟସ୍ଥ ହରିପୁରଠାରୁ ତିରିମଲ୍ଲ ଅଂଚଳ ମଧ୍ୟରେ। ସବୁଠାରୁ ବଡ କଥା ହେଲା ଏହି ପାଣିକୁ ଇଷ୍ଟକୋଷ୍ଟ ରେଳବାଇ ଡିଭିଜନ ସହିତ ଖୋର୍ଦ୍ଧା ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳକୁ ପାନୀୟ ଜଳ ଭାବେ ଯୋଗାଇ ଦିଆଯାଉଛି। ଅଭିଯୋଗ ଆସିବା ପରେ ପମ୍ପ ହାଉସ୍ ପକ୍ଷରୁ ବିଶୋଧନ ଉଦ୍ୟମ ଆରମ୍ଭ ହୋଇଛି। ତଥାପି ପାଣି ଦୁର୍ଗନ୍ଧ ହେଉଥିବା ଅଭିଯୋଗ ହୋଇଛି। ଘଟଣା ଜଣା ପଡ଼ିବା ପରେ ରେଳବାଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ସେପଟେ ଜନସ୍ୱାସ୍ଥ୍ୟ ବିଭାଗ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରିଛି। ସେହିପରି ଜିଲ୍ଲା ପ୍ରଶାସନ ଘଟଣାକୁ ଗମ୍ଭୀରତାର ସହ ନେବା ସହ ଖୋର୍ଦ୍ଧା ଅଞ୍ଚଳରେ ଜଳ ଯୋଗାଣକୁ ସାମୟିକ ଭାବେ ବନ୍ଦ ରଖିଛି।

Related story