ବିଷ୍ଣୁ ଦାସ ହେଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର:ରାଜ୍ୟସଭା ସଂସାଦ ବିଷ୍ଣୁ ଦାସ ହେଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଆଜି ତାଙ୍କୁ ଏହି ନିଯୁକ୍ତି ମିଳିଛି । ରାଜ୍ୟସଭା ସଦସ୍ୟ ଏନ୍‌.ଭାସ୍କର ରାଓଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା । ଆଜି ତାଙ୍କୁ ଦୁଇ ଦୁଇଟି ନିଯୁକ୍ତି ମିଳିଛି । ସକାଳେ ତାଙ୍କୁ ବିଜେଡି ଦଳିତ ସେଲ୍‌ର ଆବାହକ ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା । ନୂଆ ନିଯୁକ୍ତି ପାଇବା ପରେ ବିଷ୍ଣୁ କହିଛନ୍ତି ଯେ ସୁପ୍ରିମୋ ଯେତେବେଳେ ତାଙ୍କୁ […]

Bishnu-Das-bjd

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 10:10 PM IST

ଭୁବନେଶ୍ୱର:ରାଜ୍ୟସଭା ସଂସାଦ ବିଷ୍ଣୁ ଦାସ ହେଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଆଜି ତାଙ୍କୁ ଏହି ନିଯୁକ୍ତି ମିଳିଛି । ରାଜ୍ୟସଭା ସଦସ୍ୟ ଏନ୍‌.ଭାସ୍କର ରାଓଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା । ଆଜି ତାଙ୍କୁ ଦୁଇ ଦୁଇଟି ନିଯୁକ୍ତି ମିଳିଛି । ସକାଳେ ତାଙ୍କୁ ବିଜେଡି ଦଳିତ ସେଲ୍‌ର ଆବାହକ ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା । ନୂଆ ନିଯୁକ୍ତି ପାଇବା ପରେ ବିଷ୍ଣୁ କହିଛନ୍ତି ଯେ ସୁପ୍ରିମୋ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ସେ ସୁଚାର ରୂପେ ପାଳନ କରିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ପାଇବା ପରେ ବିଷ୍ଣୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପଡିପାରେ । କାରଣ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ କ୍ୟାବିନେଟ୍‌ ପାହ୍ୟା ସହ ସମାନ ହୋଇଥିବାରୁ ସେ ଏନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି ।

Related story