ବିଶିଷ୍ଠ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଠ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ (୯୦)ଙ୍କ ପରଲୋକ ଘଟିଛି। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲା। ଗୁରୁବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇପଡିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ୧୯୨୬ ଡିସେମ୍ବର ୨୨ ତାରିଖରେ କଟକ ଜିଲ୍ଲା ନିଆଳିରେ ଜନ୍ମ ଗ୍ରହଣ କରିଥିଲେ ମହାପାତ୍ର ନୀଳମଣି ସାହୁ। ତାଙ୍କ ଦ୍ୱାରା ଲିଖିତ […]

nilamani

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 11:05 PM IST

ଭୁବନେଶ୍ୱର: ବିଶିଷ୍ଠ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ (୯୦)ଙ୍କ ପରଲୋକ ଘଟିଛି। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲା। ଗୁରୁବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କର କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇପଡିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

୧୯୨୬ ଡିସେମ୍ବର ୨୨ ତାରିଖରେ କଟକ ଜିଲ୍ଲା ନିଆଳିରେ ଜନ୍ମ ଗ୍ରହଣ କରିଥିଲେ ମହାପାତ୍ର ନୀଳମଣି ସାହୁ। ତାଙ୍କ ଦ୍ୱାରା ଲିଖିତ ‘ଅଭିଶକ୍ତ ଗନ୍ଧର୍ବ’କୁ ୧୯୮୩ରେ ସାରଳା ସମ୍ମାନ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ଗଳ୍ପ ସଙ୍କଳନ ‘ଆକାଶ ପାତାଳ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେହିପରି ‘ଧାର ଓ ଧାରା’, ‘ହଂସ ମିଥୁନ’, ‘ତମସୀ ରାଧା ଭଳି’ ଉପନ୍ୟାସର ସେ ସ୍ରଷ୍ଟା ଥିଲେ।

ତାଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୀଳମଣି ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଆସନ୍ତାକାଲି ତାଙ୍କ ପୈତୃକ ଗାଁରେ ନୀଳମଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

Related story