ବିଶ୍ୱ ଐତିହ ମାନ୍ୟତା ହରାଇ ପରେ କୋଣାର୍କ

କୋଣାର୍କ; ବିଶ୍ୱ ଐତିହ ମାନ୍ୟତା ହରାଇ ପାରେ କୋଣାର୍କ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସୂର୍ଯ୍ୟ ମନ୍ଦିର ଧୀରେ ଧୀରେ ଏହାର ଆକର୍ଷଣ ହରାଉଛି। ସେହିପରି ଉଠାଦୋକାନୀ ଓ ସ୍ଥାନୀୟ ଲୋକଙ୍କ ଜବରଦଖଲ ଓ ଅଳିଆ ଆବର୍ଜନା ଯୋଗୁଁ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏସବୁ ଦୃଷ୍ଟିରୁ କୋଣାର୍କ ବିଶ୍ୱ ଐତିହ ଲାଗି ଯୋଗ୍ୟତା ହରାଇବା ଆଶଙ୍କ। ସୃଷ୍ଟି ହୋଇଛି। କୋଣାର୍କର ଚାରି ପାଖରେ ଉଠା ଦୋକାନୀ ଦେଖିବାକୁ ମିଳୁଛି। ଏହାସହ ଅଳିଆ ଆବର୍ଜନାରେ ଅଣନିଶ୍ୱାସୀ ହୋଇପଡିଛି ବ୍ଲାକ୍ […]

Konark_sun_temple_06

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 05:35 PM IST

କୋଣାର୍କ; ବିଶ୍ୱ ଐତିହ ମାନ୍ୟତା ହରାଇ ପାରେ କୋଣାର୍କ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସୂର୍ଯ୍ୟ ମନ୍ଦିର ଧୀରେ ଧୀରେ ଏହାର ଆକର୍ଷଣ ହରାଉଛି। ସେହିପରି ଉଠାଦୋକାନୀ ଓ ସ୍ଥାନୀୟ ଲୋକଙ୍କ ଜବରଦଖଲ ଓ ଅଳିଆ ଆବର୍ଜନା ଯୋଗୁଁ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏସବୁ ଦୃଷ୍ଟିରୁ କୋଣାର୍କ ବିଶ୍ୱ ଐତିହ ଲାଗି ଯୋଗ୍ୟତା ହରାଇବା ଆଶଙ୍କ। ସୃଷ୍ଟି ହୋଇଛି।

କୋଣାର୍କର ଚାରି ପାଖରେ ଉଠା ଦୋକାନୀ ଦେଖିବାକୁ ମିଳୁଛି। ଏହାସହ ଅଳିଆ ଆବର୍ଜନାରେ ଅଣନିଶ୍ୱାସୀ ହୋଇପଡିଛି ବ୍ଲାକ୍ ପାଗୋଡା । ମରାମତି କାମ ପାଇଁ ଦୀର୍ଘ ୫ବର୍ଷ ହେଲା ମନ୍ଦିରରେ ବନ୍ଧା ହୋଇ ରହିଛି ଲୌହ ଶିକୁଳି। ଏପଟେ ସଂରକ୍ଷଣ ଅଭାବରୁ ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟ ଓ କଳାଚାତୁରୀ ଅବକ୍ଷୟ ହେବାରେ ଲାଗିଛି। ମୋଟାମୋଟି ଭାବେ କହିଲେ ସୌନ୍ଦର୍ଯ୍ୟ ହରାଉଛି ସୂର୍ଯ୍ୟମନ୍ଦିର। ଏସବୁ କାରଣକୁ ନେଇ ୟୁନେସ୍କୋ କୋଣାର୍କର ବିଶ୍ୱ ଐତିହ ମାନ୍ୟତା ପ୍ରତ୍ୟାହାର କରିନେବା ଆଶଙ୍କ। ଦେଖା ଦେଇଛି ବୋଲି କୋଣାର୍କ ସୁରକ୍ଷା ସମିତି ସମ୍ପାଦକ ରାମକୃଷ୍ଣ ମହାନ୍ତି କହିଛନ୍ତି।

ରାଜ୍ୟ ସରକାର ହୁଅନ୍ତୁ ବା ସ୍ଥାନୀୟ ପ୍ରଶାସନ ଏହି ଐତିହାସିକ କିର୍ତ୍ତୀରାଜିର ସୁରକ୍ଷା ଓ ସଂରକ୍ଷଣ ନେଇ କେହି ବି ତତ୍ପର ଥିବା ପରି ମନେ ହେଉନାହିଁ । ୨୦୦୪ରେ ମଧ୍ୟ କୋଣାର୍କର ଐତିହ ମାନ୍ୟତାକୁ ନେଇ ବିପଦ ସୃଷ୍ଟି ହୋଇଥିଲା। ଫଳରେ ମନ୍ଦିର ଚାରିପାଖରୁ ଜବରଦଖଲକାରୀଙ୍କୁ ହଟାଯାଇଥିଲା। ମାତ୍ର ୨୦୧୩ରେ ସେମାନେ ପୁଣି ବ୍ୟବସାୟ ଆରମ୍ଭ ହୋଇଯାଇଥିଲା। ବିଶ୍ୱର ଅନ୍ୟ କୌଣସି ଐତିହ ଚତୁପାର୍ଶ୍ୱରେ ଏଭଳି ପରିବେଶ ଦେଖିବାକୁ ମିଳି ନ ଥାଏ।

Related story