୩ ମାସ ପରେ ଖୋଲିଲା ଭିତରକନିକା, ରାତ୍ର ରହଣୀ ମନା

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜି ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା । କରୋନାର ଦ୍ୱିତୀୟ ଲହର ଯୋଗୁ  ମଇ ୧ ତାରିଖରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ବନବିଭାଗ ତରଫରୁ ଆଜି ଭିତରକନିକା ଖୋଲାଯାଇଛି। ତେବେ ଦିନ ବେଳା ପର୍ଯ୍ୟଟକ ମାନେ ଯାଇ ଭିତରକନିକା ବୁଲିପାରିବେ।  ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିନି । ପରବର୍ତ୍ତୀ […]

bhitar-kanika-1

Niharika Rout
  • Published: Thursday, 05 August 2021
  • , Updated: 05 August 2021, 12:04 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜି ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା । କରୋନାର ଦ୍ୱିତୀୟ ଲହର ଯୋଗୁ  ମଇ ୧ ତାରିଖରୁ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ବନବିଭାଗ ତରଫରୁ ଆଜି ଭିତରକନିକା ଖୋଲାଯାଇଛି।

ତେବେ ଦିନ ବେଳା ପର୍ଯ୍ୟଟକ ମାନେ ଯାଇ ଭିତରକନିକା ବୁଲିପାରିବେ।  ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିନି । ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତି ନିଆଯିବ ବୋଲି ଜଣାଯାଇଛି।  ।

ଏ ନେଇ ଭିତରକନି କର୍ତ୍ତୃପକ୍ଷ କହିଛନ୍ତି,  ଦୀର୍ଘ ଦିନ ବନ୍ଦ ରହିବା ପରେ କରୋନା ଗାଇଡଲାଇନ୍‌ କୋହଳ ହେବା ପରେ ଆଜିଠୁ ଭିତରକନିକା ଖୋଲାଯାଇଛି। କୋଭିଡ ଗାଇଡଲାଇନ୍‌ ପାଳନ କରି ଥର୍ମାଲ ସ୍କ୍ରିନିଂ କରାଯାଇ ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯିବ । ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସହଯୋଗ  ଯୋଗାଇ ଦେବାକୁ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଅପରପକ୍ଷେ ବନ ବିଭାଗ ଅଧିକାରୀ କହିଛନ୍ତି,  ପୂର୍ବରୁ ୫୦ % ଯାତ୍ରୀଙ୍କ ପ୍ରବେଶ ପାଇଁ ଗାଇଡଲାଇନ୍‌ ଥିବା ବେଳେ ଏବେ ସେପରି କୌଣସି ନିର୍ଦ୍ଦେଶନାମା ପାଇନୁ। ତେଣୁ ବୋଟ କ୍ଷମତା ଅନୁଯାୟୀ  ପର୍ଯ୍ୟଟକ ବୁଲିବାକୁ ଯାଇପାରିବେ। କିନ୍ତୁ  କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ । ଜ୍ୱର, କାଶ,  ଥଣ୍ଡା ହୋଇଥିଲେ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ। । ଦିନ ଭିତରେ ଯାତ୍ରୀ ଯିବା ଆସିବା କରିବେ। ରାତି ପାଇଁ କିଛି ଗାଇଡ଼ଲାଇନ୍‌ ଆସି  ନ ଥିବାରୁ ରାତ୍ରୀରେ ପର୍ଯ୍ୟଟକ ଯାଇପାରିବେ ନାହିଁ।  କୋଭିଡ ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Related story