ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପ୍ରକ୍ରିୟାକୁ  ତ୍ୱରାନ୍ୱିତ କରିବାକୁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପୃକ୍ତ ବିଭାଗ ଓ ନିଯୁକ୍ତି କମିଶନ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ପଦବୀ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ ଅର୍ଥ ବିଭାଗ କ୍ଷମତାପ୍ରାପ୍ତ କମିଟି ଦ୍ୱାରା ୬୮ହଜାର ୩୬୫ ପଦବୀ ପୂରଣ ପାଇଁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ୬୭, ୬୩୦ ପଦବୀ ହେଉଛି ମୂଳସ୍ତରର ପଦବୀ। ବର୍ତ୍ତମାନ ସୁଦ୍ଧା […]

vlcsnap-2015-09-02-07h39m54s416

vlcsnap-2015-09-02-07h39m54s416

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 02:39 AM IST

Sports

Latest News

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପୃକ୍ତ ବିଭାଗ ଓ ନିଯୁକ୍ତି କମିଶନ ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ପଦବୀ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ ଅର୍ଥ ବିଭାଗ କ୍ଷମତାପ୍ରାପ୍ତ କମିଟି ଦ୍ୱାରା ୬୮ହଜାର ୩୬୫ ପଦବୀ ପୂରଣ ପାଇଁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ୬୭, ୬୩୦ ପଦବୀ ହେଉଛି ମୂଳସ୍ତରର ପଦବୀ। ବର୍ତ୍ତମାନ ସୁଦ୍ଧା ୨୮, ୭୩୦ ପଦବୀ ପୂରଣ ହୋଇଛି। ଏବଂ ୨୦, ୫୩୮ ପଦବୀ ପୂରଣ ପାଇଁ ବିଭିନ୍ନ ନିଯୁକ୍ତି କମିଶନଙ୍କ ନିକଟକୁ ଅନୁରୋଧ ପଠାଯାଇଛି। ସାଧାରଣ ପ୍ରଶାସନ ବିଭାଗ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ବାକି ୨୦ହଜାର ପଦବୀ ପୂରଣ ପାଇଁ ନିଯୁକ୍ତି ସଂସ୍ଥାମାନଙ୍କୁ ଅନୁରୋଧ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମନ୍ୱୟ ଅଭାବରୁ ବିଭିନ୍ନ ବିଭାଗର ନିଯୁକ୍ତି ସମ୍ପର୍କିତ ବିଜ୍ଞାପନ ପ୍ରକାଶନରେ ବିଳମ୍ୱ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଏବଂ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶନରେ ବିଳମ୍ୱ ହୋଇଛି। ନିଯୁକ୍ତି ପ୍ରକ୍ରିୟାରେ ଏଭଳି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁବିଭାଗର ସଚିବ ଏବଂ ସମ୍ପୃକ୍ତ ନିଯୁକ୍ତି କମିଶନ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରକ୍ରିୟାକୁ ଆଗେଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos