ରୁଚିକା ଆତ୍ମହତ୍ୟା ପଛରେ ବଡ଼ବଡ଼ିଆଙ୍କ ହାତ: ଅଭିଯୋଗ କଲେ ମା’, ଘୋଷାଡ଼ି ନେଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ଙ୍କ ପ୍ରତି ପୁଲିସର ଅଶୋଭନୀୟ ଆଚରଣ। ଧାରଣାସ୍ଥଳରୁ ରୁଚିକାଙ୍କ ମା’ଙ୍କୁ ଅଭିଯୁକ୍ତ ପରି ଘୋଷାଡ଼ି ଘୋଷାଡ଼ି ନେଇଗଲା ପୁଲିସ। ଯାହାକୁ ନେଇ ପୁଲିସ୍ ଉପରେ ବର୍ଷିଛନ୍ତି ରୁଚିକାଙ୍କ ମା। କହିଛନ୍ତି, ମୋତେ ନେଇଗଲେ, ହେଲେ ମୋ ଝିଅକୁ ନ୍ୟାୟ ମିଳିଲା ନାହିଁ। କୋହଭରା କଣ୍ଠରେ ଚିଲାଇ ଚିଲାଇ କହୁଛନ୍ତି ରୁଚିକାଙ୍କ ମା’। ଯେପରି ମା’ର ଦରଦଭରା ଚିତ୍କାର ପୁଲିସ କାନକୁ ଶୁଭୁନାହିଁ। ଅଶୋଭନୀୟ ଓ ଅମାନବୀୟ ଭାବେ […]

BBSR

Tapaswini Nayak
  • Published: Monday, 11 July 2022
  • , Updated: 11 July 2022, 01:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମା’ଙ୍କ ପ୍ରତି ପୁଲିସର ଅଶୋଭନୀୟ ଆଚରଣ। ଧାରଣାସ୍ଥଳରୁ ରୁଚିକାଙ୍କ ମା’ଙ୍କୁ ଅଭିଯୁକ୍ତ ପରି ଘୋଷାଡ଼ି ଘୋଷାଡ଼ି ନେଇଗଲା ପୁଲିସ। ଯାହାକୁ ନେଇ ପୁଲିସ୍ ଉପରେ ବର୍ଷିଛନ୍ତି ରୁଚିକାଙ୍କ ମା। କହିଛନ୍ତି, ମୋତେ ନେଇଗଲେ, ହେଲେ ମୋ ଝିଅକୁ ନ୍ୟାୟ ମିଳିଲା ନାହିଁ। କୋହଭରା କଣ୍ଠରେ ଚିଲାଇ ଚିଲାଇ କହୁଛନ୍ତି ରୁଚିକାଙ୍କ ମା’। ଯେପରି ମା’ର ଦରଦଭରା ଚିତ୍କାର ପୁଲିସ କାନକୁ ଶୁଭୁନାହିଁ। ଅଶୋଭନୀୟ ଓ ଅମାନବୀୟ ଭାବେ ୨ରୁ ୩ ଜଣ ମହିଳା ପୁଲିସ ରୁଚିକାଙ୍କ ମା’ଙ୍କୁ ଟାଣି ନେଇଯାଇଥିଲେ।

ପୁଲିସ ଘୋଷାଡି ଘୋଷାଡ଼ି ନେଲା ବେଳେ ରୁଚିକାଙ୍କ ମା’ କହିଛନ୍ତି, ମୋ ଝିଅକୁ ନ୍ୟାୟ ଦେଇପାରିଲେ ନାହିଁ। ଚପାଇ ଦେଲେ ସରକାର। ହେଲେ ମୋତେ ରାସ୍ତାରାସ୍ତାରୁ ଉଠାଇ ଦେଉଛନ୍ତି। ମୋ ଦେହରେ ହାତ ଦେଲେ ମୁଁ ବହୁତ ଅନିଷ୍ଟ କରିଦେବି। ସେଥିପାଇଁ ଦାୟୀ ହେବେ ଆପଣ? ମୋ ଝିଅ ଆତ୍ମହତ୍ୟା ପଛରେ ବଡ଼ ବଡ଼ ଲୋକଙ୍କ ହାତ ରହିଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ଅତିରିକ୍ତ ଡିସିପି କହିଛନ୍ତି, ଆମେ ଧାରଣା ଦେବାକୁ ମନା କରିନାହୁଁ। ଯେଉଁ ସ୍ଥାନରେ ଧାରଣା ଦେବା କଥା ସେଠାରେ ଦିଅନ୍ତୁ। ଯିଏ ଯେଉଁଠି ଚାହିଁବ ଧାରଣା ଦେଇପାରିବ ନାହିଁ। ଲୋୟର ପିଏମଜିକୁ ଧାରଣା ସ୍ଥଳ କରାଯାଇଛି। ସେଠି ଯାଇ ଧାରଣା ଦେଇପାରିବେ। ଗତକାଲି ମନସ୍ତତ୍ୱବିତମାନେ ଆସି କିଛିପିଲାଙ୍କୁ ଜେରା କରିଛନ୍ତି। ଆଉ କିଛି ପିଲା ଅଛନ୍ତି, ସେମାନଙ୍କୁ ମଧ୍ୟ ଜେରା କରାଯିବ।

ଭୁବନେଶ୍ୱର ଅତିରିକ୍ତ ଡିସିପି ଆହୁରି କହିଛନ୍ତି, କଲେଜ କର୍ତ୍ତୃପକ୍ଷ ଆମକୁ ଲିଖିତ ଅଭିଯୋଗ କରିଥିଲେ। ଏପରି କଲେଜ ଆଗରେ ଧାରଣା ଦେବା ଦ୍ୱାରା କଲେଜର ବାତାବରଣ ନଷ୍ଟ ହେଉଛି ବୋଲି ଜଣାଇଥିଲେ। ଏଥିପାଇଁ  କିଛି ପଦକ୍ଷେପ ନିଆଯାଉ କଲେ କର୍ତ୍ତୃପକ୍ଷ ଲେଖି କି ଆମକୁ ଦେଇଥିଲେ।

ରୁଚିକାଙ୍କୁ ରାଗିଂ କରାଯାଇଛି ବୋଲି ଆମେ କିଛି ସତ୍ୟତା ପାଇ ନାହୁଁ ବୋଲି ଭୁବନେଶ୍ୱର ଅତିରିକ୍ତ ଡିସିପି କହିଛନ୍ତି।

ଝିଅକୁ ନ୍ୟାୟ ଦେବା ପାଇଁ ୧୦ ଦିନ ହେବ ଭୋକ ଉପାସରେ ବିଜେବି କଲେଜ ଆଗରେ ଧାରଣା ଦେଇଥିଲେ ରୁଚିକାଙ୍କ ମା’। ଆଜି ରୁଚିକାଙ୍କ ଦଶାହ। ରୁଚିକାଙ୍କ ଦଶାହ ବିଜେବି କଲେଜ ଆଗରେ କରାଯିବ ବୋଲି ତାଙ୍କ ମା’ ଗଣମାଧ୍ୟମ ଆଗରେ କହିଥିଲେ। ଆଜି ସକାଳେ ପୁଲିସ ଧାରଣାସ୍ଥଳରେ ପହଞ୍ଚି ଟେଣ୍ଟ ଭାଙ୍ଗି ଦେଇଥିଲା। ପରେ ରୁଚିକାଙ୍କ ମା’ ଓ ଛାତ୍ର ସଂଗ୍ରଠନର ଅନ୍ୟ କର୍ମକାର୍ତ୍ତାଙ୍କୁ ସେଠାରୁ ଉଠାଇ ନେଇ ଯାଇଥିଲା।

ପୁଲିସ ଏପର୍ଯ୍ୟନ୍ତ  ରୁଚିକାଙ୍କ ହତ୍ୟାକାରୀଙ୍କୁ ଗିରଫ କରି ପାରି ନାହିଁ। ରୁଚିକା ସୁଇସାଇଡ୍‌ ନୋଟରେ ଲେଖିଥିବା ୩ଜଣ ସିନିୟର ଛାତ୍ରୀଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ।

ଆତ୍ମହତ୍ୟା ପାଇଁ ଦାୟୀ ୩ ସିନିୟରଙ୍କ ପାଖରେ ପହଞ୍ଚିବା ଲାଗି ଶେଷରେ ଜଣେ ମନସ୍ତତ୍ୱବିତଙ୍କ ସହଯୋଗ ନେଇଛି ପୁଲିସ। ଗତକାଲି କଲେଜ କିଛି ଛାତ୍ରୀଙ୍କୁ ଜେରା କରିଛି। ଚାପ କିମ୍ବା ଭୟରେ କେହି ସଠିକ ତଥ୍ୟ ଦେଇଛନ୍ତି କି ନାହିଁ, ତାର ତର୍ଜମା କରାଯାଇଛି।

 

Related story