ବିଜେଡି କର୍ମୀଙ୍କ ନାରାବାଜି, ବିରୋଧକୁ ଅଭିମାନ କହିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ପ୍ରଦର୍ଶନ। ନୟାପଲ୍ଲୀ ଖଣ୍ଡୁଆଳ ବସ୍ତିକୁ ଯାଇଥିବା ବେଳେ କିଛି ବିଜେଡି କର୍ମୀ ସାଂସଦଙ୍କୁ ବିରୋଧ କରିଛନ୍ତି। ନୟାପଲ୍ଲୀ ଅଞ୍ଚଳରେ ନିଜ କର୍ମୀଙ୍କ ସହ ପଦଯାତ୍ରାରେ ବାହାରିଥିଲେ ଭୁବନେଶ୍ୱର ସାଂସଦ। ଏହି ସମୟରେ କିଛି ବିଜେଡି ନେତା ଓ କର୍ମୀ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି। ରାଜ ରାସ୍ତାରେ ଚୁଲି ଜାଳି ସାଂସଦଙ୍କୁ ବିରୋଧ କରିବା ସହ ନାରାବାଜି ଦେଇଛନ୍ତି। ସେପଟେ […]

Aparajita sarangi

Madhupriya Mistry
  • Published: Saturday, 27 November 2021
  • , Updated: 27 November 2021, 04:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ପ୍ରଦର୍ଶନ। ନୟାପଲ୍ଲୀ ଖଣ୍ଡୁଆଳ ବସ୍ତିକୁ ଯାଇଥିବା ବେଳେ କିଛି ବିଜେଡି କର୍ମୀ ସାଂସଦଙ୍କୁ ବିରୋଧ କରିଛନ୍ତି। ନୟାପଲ୍ଲୀ ଅଞ୍ଚଳରେ ନିଜ କର୍ମୀଙ୍କ ସହ ପଦଯାତ୍ରାରେ ବାହାରିଥିଲେ ଭୁବନେଶ୍ୱର ସାଂସଦ। ଏହି ସମୟରେ କିଛି ବିଜେଡି ନେତା ଓ କର୍ମୀ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି। ରାଜ ରାସ୍ତାରେ ଚୁଲି ଜାଳି ସାଂସଦଙ୍କୁ ବିରୋଧ କରିବା ସହ ନାରାବାଜି ଦେଇଛନ୍ତି।

ସେପଟେ ଆଜିର ଘଟଣା ବିରୋଧ ନୁହେଁ ବରଂ ଅଭିମାନ ଓ ଅଳି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ। ସବୁ ପ୍ରକାରର ବିରୋଧ ଓ ସମର୍ଥନକୁ ମୁଁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି। ସେ ଭୁବନେଶ୍ୱରର ସାଂସଦ, ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କିଛି କାରଣ ପାଇଁ ଅଭିମାନ ରହିଛି। ଦଳ ମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଭୁବନେଶ୍ୱରର ବିକାଶ ପାଇଁ ଆଗେଇ ଆସନ୍ତୁ ବୋଲି ଅପରାଜିତା ଆହ୍ୱାନ କରିଛନ୍ତି।

ଖାଲି ଏତିକି ନୁହେଁ ଗତ ଦୁଇ ଦିନ ତଳେ ବିଜେଡି କର୍ମୀଙ୍କ ବିରୋଧ ପ୍ରଦର୍ଶନ ଘଟଣାକୁ ନେଇ ବି ଆଜି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା।ଅଣ୍ଡାମାଡ, ଟମାଟୋ ମାଡ କିମ୍ବା କାହାକୁ ପଥର ମାଡ କରିବା ଠିକ୍‌ ନୁହେଁ। ଆଚାର୍ଯ୍ୟ ବିହାର ଘଟଣା ପରେ ସେ ଅସୁରକ୍ଷିତ ମନେ କରୁଥିଲେ।  ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ତାଙ୍କୁ ସୁରକ୍ଷା ପ୍ରଦାନ କରିବା, ଯାହା ସେ ଆଜି କରୁଛନ୍ତି ବୋଲି କହଛନ୍ତି ଅପରାଜିତା। ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ନୟାପଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପଦଯାତ୍ରା ଆୟୋଜନ କରିଥିଲେ। ସାହି ସାହି ବୁଲି ବିଭିନ୍ନ ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

Related story