ବିଜେପି ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ସିଇଓଙ୍କ ନିକଟରେ ଦଳ ଫେରାଦ ହୋଇଛି। ଅଭିଯୋଗରେ ବିଜେଡି ଦର୍ଶାଇଛି ଯେ, ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭିଡିଓ ପ୍ରଚାର ଗାଡ଼ି ବୁଲୁଛି। ସେହିଭଳି ପିପିଲି, ଧଉଳି ଓ ପିପିଲି ଟୋଲ ଗେଟ୍ ନିକଟରେ ଉଜ୍ଜ୍ୱଳା ଯୋଜନାର ହୋର୍ଡିଂ ବି ଲାଗିଛି। ବିଜେପିର ଫେକ୍ ଗୁଇନ୍ଦା ରିପୋର୍ଟ ମାମଲାରେ ଦଳ ବାରମ୍ବାର ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲେ […]

bJD9999

Tapaswini Nayak
  • Published: Saturday, 23 March 2019
  • , Updated: 23 March 2019, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ସିଇଓଙ୍କ ନିକଟରେ ଦଳ ଫେରାଦ ହୋଇଛି। ଅଭିଯୋଗରେ ବିଜେଡି ଦର୍ଶାଇଛି ଯେ, ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭିଡିଓ ପ୍ରଚାର ଗାଡ଼ି ବୁଲୁଛି। ସେହିଭଳି ପିପିଲି, ଧଉଳି ଓ ପିପିଲି ଟୋଲ ଗେଟ୍ ନିକଟରେ ଉଜ୍ଜ୍ୱଳା ଯୋଜନାର ହୋର୍ଡିଂ ବି ଲାଗିଛି।

ବିଜେପିର ଫେକ୍ ଗୁଇନ୍ଦା ରିପୋର୍ଟ ମାମଲାରେ ଦଳ ବାରମ୍ବାର ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଉନଥିବା ଅଭିଯୋଗ କରିଛି ଦଳ।

ତେବେ ବିଜେଡିକୁ ଜବାବ ଦେଇଛି ବିଜେପି। କହିଛି,“ବିଜେଡି ନିଜେ ଆଚରଣବିଧି ଉଲ୍ଲଂଘନ କରି ଏହାକୁ ଲୁଚାଇବା ପାଇଁ ଅନ୍ୟ ବିରୋଧରେ ଅଭିଯୋଗ ଆଣୁଛି।”

Related story