୧୮ରୁ ୯ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ୧୮ଟି ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ଏଥିରୁ ୯ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଉଲ୍ଲେଖନୀୟ ଘଟଣାକ୍ରମରେ ବିଜେଡି ଆଜି ବିଜେପିର ରାଜ୍ୟ ପ୍ରଚାର କମିଟି ମୁଖ୍ୟ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ତାଲିକା ଅନୁସାରେ […]

BJD-ANNOUNCES-CANDIDATES-FOR-18-SEATS-WITH-9-NEW-FACES

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଜି ୧୮ଟି ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ଏଥିରୁ ୯ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ଉଲ୍ଲେଖନୀୟ ଘଟଣାକ୍ରମରେ ବିଜେଡି ଆଜି ବିଜେପିର ରାଜ୍ୟ ପ୍ରଚାର କମିଟି ମୁଖ୍ୟ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ପ୍ରାର୍ଥୀ କରିଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ତାଲିକା ଅନୁସାରେ ୬ଜଣ ବିଧାୟକଙ୍କ ଟିକେଟ୍ କଟିଛି। ସେମାନେ ହେଲେ ଭାଗିରଥୀ ବଡ଼ଜେନା, ଭାଦବ ହାସଁଦା, ରମେଶ ପଟୁଆ, ମଙ୍ଗଳ ସିଂ ସୋଡ଼ି, ଗଣେଶ୍ୱର ପାତ୍ର ଓ ଯୁଗଳ କିଶୋର ପଟ୍ଟନାୟକ। ଦଳ ପୁଣିଥରେ ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତି, ବାରବାଟୀ କଟକରେ ଦେବାଶୀଷ ସାମନ୍ତରାୟ, କଟକ ସଦରରେ ଚନ୍ଦ୍ରସାରଥୀ ବେହେରା, ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡି, ବାଲେଶ୍ୱରରେ ଜୀବନ ପ୍ରଦୀପ ଦାଶ, ଜଳେଶ୍ୱରରେ ଅଶ୍ୱିନୀ ପାତ୍ର, ସୋରରେ ପର୍ଶୁରାମ ଧଡ଼ା, ବଡ଼ଚଣାରେ ଅମର ପ୍ରସାଦ ଶତପଥୀଙ୍କୁ ଟିକେଟ୍ ଦେଇଛି। ଏହି ସମସ୍ତ ନେତା ଏବେ ବିଜେଡି ବିଧାୟକ ଅଛନ୍ତି।

ଅନ୍ୟପକ୍ଷେ ଉଦଳା ବିଧାୟକ ଗୋଲକ ବିହାରୀ ନାୟକଙ୍କୁ ଯଶୀପୁର ବିଧାନସଭା ଆସନକୁ ପଠାଯାଇଛି। ଉଦଳାରେ ଶ୍ରୀନାଥ ସୋରେନ, ବଡ଼ସାହିରେ ଗଶେଣ୍ୱର ପାତ୍ରଙ୍କ ବଦଳରେ ବୃନ୍ଦାବନ ଦାସ, ଭଦ୍ରକରେ ଯୁଗଳ କିଶୋର ପଟ୍ଟନାୟକଙ୍କ ବଦଳରେ ସଞ୍ଜୀବ ମଲ୍ଲିକ, ସାରସକଣାରେ ଅମର ସିଂ ଟୁଡୁ, ରେଙ୍ଗାଲିରେ ରୀନା ତନ୍ତୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଜଗତସିଂହପୁର ବଦଳରେ ବିଷ୍ଣୁ ଦାସଙ୍କୁ ତିର୍ତ୍ତୋଲରେ ଓ ରାଜନଗରରେ ଧ୍ରୁବ ସାହୁ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି। ତିର୍ତ୍ତୋଲ ବିଧାୟକ ରାଜଶ୍ରୀ ମଲ୍ଲିକଙ୍କୁ ଦଳ ଜଗତସିଂହପୁର ଲୋକସଭା ପ୍ରାର୍ଥୀ କରିସାରିଛି। ସୂଚନାଯୋଗ୍ୟ, ଆଜିର ତାଲିକାକୁ ମିଶାଇଲେ ବିଜେଡି ୪ଟି ପର୍ଯ୍ୟାୟରେ ମୋଟ ୧୮ଟି ଲୋକସଭା ଓ ୧୧୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

Related story