ବ୍ରହ୍ମପୁର ଡେପୁଟି ମେୟର ନିର୍ବାଚନ: ବିବେକ ରେଡ୍ଡି ବନାମ କରୁଣାକର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଇ. ବିବେକ ରେଡ୍ଡି ହୋଇଛନ୍ତି ବ୍ରହ୍ମପୁରରେ ବିଜେଡିର ଡେପୁଟି ମେୟର ପ୍ରାର୍ଥୀ। ତାଙ୍କ ନାଁ ଘୋଷଣା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ। ବିବେକ ରେଡ୍ଡି ହେଉଛନ୍ତି ୪୨ ନମ୍ବର ଓ୍ୱାର୍ଡର କର୍ପୋରେଟର। ସେହିପରି ବିଜେପି ପକ୍ଷରୁ ମଧ୍ୟ ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ୨୧ ନମ୍ବର ୱାର୍ଡର କର୍ପୋରେଟର ଡି. କରୁଣାକର କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି। ବିବେକଙ୍କ ସହିତ ତାଙ୍କର ଲଢ଼େଇ ହେବ। ଏନେଇ ମତଦାନ ପ୍ରକ୍ରିୟା ମଧ୍ୟ […]

BJd/BJP

Tapaswini Nayak
  • Published: Friday, 08 April 2022
  • , Updated: 08 April 2022, 10:34 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଇ. ବିବେକ ରେଡ୍ଡି ହୋଇଛନ୍ତି ବ୍ରହ୍ମପୁରରେ ବିଜେଡିର ଡେପୁଟି ମେୟର ପ୍ରାର୍ଥୀ। ତାଙ୍କ ନାଁ ଘୋଷଣା କରିଛନ୍ତି ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ। ବିବେକ ରେଡ୍ଡି ହେଉଛନ୍ତି ୪୨ ନମ୍ବର ଓ୍ୱାର୍ଡର କର୍ପୋରେଟର।

ସେହିପରି ବିଜେପି ପକ୍ଷରୁ ମଧ୍ୟ ଡେପୁଟି ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ୨୧ ନମ୍ବର ୱାର୍ଡର କର୍ପୋରେଟର ଡି. କରୁଣାକର କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି। ବିବେକଙ୍କ ସହିତ ତାଙ୍କର ଲଢ଼େଇ ହେବ। ଏନେଇ ମତଦାନ ପ୍ରକ୍ରିୟା ମଧ୍ୟ ଆରମ୍ଭ  ହୋଇଯାଇଛି।

ସୂଚନାଯୋଗ୍ୟ, ବ୍ରହ୍ମପୁରରେ ୪୨ଟି ଓ୍ୱାର୍ଡ ମଧ୍ୟରୁ ୩୦ଟି ଓ୍ୱାର୍ଡରେ ବିଜେଡି କର୍ପୋରେଟର ଜିତିଥିଲେ। ଅବଶିଷ୍ଟ ୧୨ଟି ୱାର୍ଡରୁ  ବିଜେପିର ୭ ଜଣ ସ୍ୱାଧୀନରୁ ୪ ଜଣ ଓ  କଂଗ୍ରେସରୁ   ଜଣେ କପୋର୍ଟରେଟର ଜିତିଥିଲେ।

 

Related story