ଅଡୁଆରେ ନବୀନଙ୍କ ଇମେଜ୍‌, କହିଲେ ଅନେକ ବିଧାୟକଙ୍କ ଟିକେଟ୍ ନ କାଟିଲେ ଦଳକୁ ଘାଟା

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ନବୀନଙ୍କ ପାଇଁ ଅଡୁଆ ହେବ ଭ୍ରଷ୍ଟାଚାର ଓ ବଢୁଥିବା ସରକାର ବିରୋଧୀ ଜନମତ।  ଆଗାମୀ ସାଧାରଣ ନିର୍ବାଚନରେ ବ୍ରାଣ୍ଡ ନବୀନ ଏଥିପାଇଁ ପ୍ରଭାବିତ ହେବ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିବା ପରେ ଚର୍ଚ୍ଚା ।  ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗ ନେଇ ବୈଜୟନ୍ତ କହିଛନ୍ତି ଗତ ୪ ବର୍ଷ ହେଲା କୋଟେରୀ କବ୍‌ଜାରେ ବିଜେଡି ଓ ନବୀନ । କୋଟେରୀକୁ ଲିଡ୍ କରୁଥିବା ପାଣ୍ଡିୟାନ୍‌ଙ୍କୁ ଟାର୍ଗେଟ କରିବା ସହ ତାଙ୍କ ବିରୋଧରେ […]

bgh

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 10:54 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର):  ନବୀନଙ୍କ ପାଇଁ ଅଡୁଆ ହେବ ଭ୍ରଷ୍ଟାଚାର ଓ ବଢୁଥିବା ସରକାର ବିରୋଧୀ ଜନମତ।  ଆଗାମୀ ସାଧାରଣ ନିର୍ବାଚନରେ ବ୍ରାଣ୍ଡ ନବୀନ ଏଥିପାଇଁ ପ୍ରଭାବିତ ହେବ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିବା ପରେ ଚର୍ଚ୍ଚା ।  ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗ ନେଇ ବୈଜୟନ୍ତ କହିଛନ୍ତି ଗତ ୪ ବର୍ଷ ହେଲା କୋଟେରୀ କବ୍‌ଜାରେ ବିଜେଡି ଓ ନବୀନ । କୋଟେରୀକୁ ଲିଡ୍ କରୁଥିବା ପାଣ୍ଡିୟାନ୍‌ଙ୍କୁ ଟାର୍ଗେଟ କରିବା ସହ ତାଙ୍କ ବିରୋଧରେ ସେ ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ପାଇଁ ଦାବି କରିଛନ୍ତି ।  ବୈଜୟନ୍ତଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡିରେ ଝଡ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, କେବଳ ଦୁର୍ନୀତିର ଗନ୍ଧକୁ ଆଧାର କରି ପୂର୍ବ ପାଳିରେ ୩୬ ମନ୍ତ୍ରୀଙ୍କୁ ବିଦା କରିଥିଲେ ନବୀନ। ହେଲେ ଗତ ୪ ବର୍ଷ ହେବ ଅଫିସର ଓ ନେତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ ହୋଇଯାଇଛି।  ଏସବୁକୁ ନେଇ ସରକାର ବିରୋଧୀ ଜନମତ ନିର୍ବାଚନରେ ପ୍ରଭାବ ପକାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବୈଜୟନ୍ତ । ନୀତି ଆଦର୍ଶକୁ ଦେଖି ବିଜେଡିକୁ ଆସିଥିବା ନେତା ଏବେ ଦଳରୁ ଦୂରେଇ ଯାଇଥିବା ବେଳେ ଅନେକ ନେତା ଠିକାଦାରୀ, ନିଜ ଫାଇଦାରେ ଲିପ୍ତ । ଏସବୁ  ନବୀନଙ୍କ ଇମେଜ୍ ଉପରେ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଏପରିକି ୪୦ରୁ ୫୦ ବିଧାୟକଙ୍କ ଟିକେଟ ନ କାଟିଲେ ବିଜେଡି ପାଇଁ ନିର୍ବାଚନରେ ଅସୁବିଧା ହେବ ବୋଲି ବୈଜୟନ୍ତ କହିବା ପରେ ବିଜେଡି ରାଜନୀତିରେ ହଲଚଲ୍‌ ସୃଷ୍ଟି ହୋଇଛି।

ସେପଟେ ବିଜେଡି ପରିଚାଳନା ନେଇ ବି ପୋଲ୍‌ ଖୋଲିଛନ୍ତି ବୈଜୟନ୍ତ।  କାଟୋରୀ କଥା କହିଥିଲେ ବି ପାଣ୍ଡିୟାନ୍‌ଙ୍କ ନାଁ ନେଇ ନାହାନ୍ତି ବୈଜୟନ୍ତ ।  ଟିକେଟ୍ ବଣ୍ଟନଠୁ ଆରମ୍ଭ କରି ଚାନ୍ଦା ଆଦାୟ ପର୍ଯ୍ୟନ୍ତ ପାଣ୍ଡିୟାନ୍‌ଙ୍କ ସଂପୃକ୍ତି ରହିଛି  । ତେଣୁ ସିବିଆଇ କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

 

Related story