ନଳିନୀ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ

ସମ୍ବଲପୁର(ସଞ୍ଜୟ ଜେନା): ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପରେ ତାଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି। ତେବେ ତାଙ୍କ ପ୍ରାର୍ଥିପତ୍ର କାଏମକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏନେଇ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଦଳ କହିଛି। ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି ଯେ ବେଆଇନ ଭାବେ ଏହି ଶୁଣାଣି କରାଯାଇଛି। ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ବିରୋଧରେ ନୀତେଶ […]

tq

Tapaswini Nayak
  • Published: Saturday, 06 April 2019
  • , Updated: 06 April 2019, 01:28 PM IST

ସମ୍ବଲପୁର(ସଞ୍ଜୟ ଜେନା): ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପରେ ତାଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି।

ତେବେ ତାଙ୍କ ପ୍ରାର୍ଥିପତ୍ର କାଏମକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏନେଇ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଦଳ କହିଛି। ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି ଯେ ବେଆଇନ ଭାବେ ଏହି ଶୁଣାଣି କରାଯାଇଛି।

ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ବିରୋଧରେ ନୀତେଶ ଅଫିସ ଅଫ୍ ପ୍ରଫିଟ ଅଭିଯୋଗ ଆଣିଥିଲେ। ନୀତେଶ ତାଙ୍କ ଓକିଲ ଜରିଆରେ ଅଭିଯୋଗ କରିଥିଲେ ଯେ ନଳିନୀ ପୁର୍ତ୍ତବିଭାଗ ସଚିବ ପଦରୁ ଅବସର ନେବା ପରେ ମଧ୍ୟ ଦୁଇଟି ସରକାରୀ ସଂସ୍ଥାରେ ନିର୍ଦ୍ଦେଶକ ଅଛନ୍ତି। ଏପର୍ଯ୍ୟନ୍ତ ସେ ଉକ୍ତ ଦୁଇ ପଦବୀ ଛାଡ଼ି ନାହାନ୍ତି। ତା’ସହିତ ଆଫିଡେଭିଟ୍ ଫର୍ମରେ ସେ କେତେକ କଲମ୍ ପୂରଣ  କରି ନାହାନ୍ତି।

ନୀତେଶଙ୍କ ଏହି ଅଭିଯୋଗ ପରେ ଗତକାଲି ନଳିନୀଙ୍କ ପ୍ରାର୍ଥିପତ୍ର ଯାଞ୍ଚ ଘୁଞ୍ଚାଇ ଦିଆଯାଇଥିଲା। ଆଜି ଜିଲ୍ଲାପାଳ ଉଭୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ମାମଲାର ଶୁଣାଣି କରିବା ସହ ନଳିନୀଙ୍କ ପ୍ରାର୍ଥିପତ୍ର କାଏମ ରଖିଛନ୍ତି।

ପ୍ରାର୍ଥିପତ୍ର କାଏମ ହେବା ପରେ ନଳିନୀକାନ୍ତ ପ୍ରଧାନ କହିଛନ୍ତି,“ମୋର ପ୍ରାର୍ଥିତ୍ୱକୁ ନେଇ ବିଜେପି ଅଭିଯୋଗ ଆଣିଥିଲା। ଏନେଇ ମୋତେ ଅବଗତ କରାଯାଇଥିଲା। ଏଥିପାଇଁ ମୁଁ ରିଟର୍ଣ୍ଣିଂ ଅଫିସରଙ୍କୁ ୧୨ ଘଣ୍ଟା ସମୟ ମାଗିଥିଲି। ଆଜି ସମସ୍ତ କାଗଜପତ୍ର ଓକିଲଙ୍କ ଜରିଆରେ ରିଟର୍ଣ୍ଣିଂ ଅଫିସରଙ୍କ ଦାଖଲ କରିଥିଲି।”

Related story