ଯାହା ତ କରିବା କଥା କରିବ, ଏତେ ଯାତ୍ରା କାହିଁକି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ବୈଜୟନ୍ତ ଘମାସାନ୍। ପ୍ରତିଦିନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଫେରାଦ ହେବାକୁ ନବୀନ ନିବାସରେ ପହଞ୍ଚୁଛନ୍ତି କେନ୍ଦ୍ରାପଡ଼ାର ଗୋଟିଏ ପରେ ଗୋଟିଏ ଗୋଷ୍ଠୀ। ସମସ୍ତ ଅଭିଯୋଗ ସମାନ। ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିଯୋଗ ଶୁଣିବା ସହ ଗଣମାଧ୍ୟମରେ ଚିରାଚରିତ ପ୍ରତିକ୍ରିୟା ରଖୁଛନ୍ତି। ତେବେ କାହିଁକି ନବୀନ ନିବାସରେ ଏହି ଗ୍ରୀଭାନ୍ସ ସେଲ୍ ଖୋଲିଛି? କାହା ଇଙ୍ଗିତରେ ଏହି ମିଶନକୁ କାର୍ଯ୍ୟକାରୀ କରାଯାଉଛି?  ରାଜ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା। କାରଣ ବିଜେଡିରେ କୌଣସି ନେତାଙ୍କୁ […]

bjd and baijayant controversy

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 09:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ବୈଜୟନ୍ତ ଘମାସାନ୍। ପ୍ରତିଦିନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଫେରାଦ ହେବାକୁ ନବୀନ ନିବାସରେ ପହଞ୍ଚୁଛନ୍ତି କେନ୍ଦ୍ରାପଡ଼ାର ଗୋଟିଏ ପରେ ଗୋଟିଏ ଗୋଷ୍ଠୀ। ସମସ୍ତ ଅଭିଯୋଗ ସମାନ। ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିଯୋଗ ଶୁଣିବା ସହ ଗଣମାଧ୍ୟମରେ ଚିରାଚରିତ ପ୍ରତିକ୍ରିୟା ରଖୁଛନ୍ତି। ତେବେ କାହିଁକି ନବୀନ ନିବାସରେ ଏହି ଗ୍ରୀଭାନ୍ସ ସେଲ୍ ଖୋଲିଛି? କାହା ଇଙ୍ଗିତରେ ଏହି ମିଶନକୁ କାର୍ଯ୍ୟକାରୀ କରାଯାଉଛି?  ରାଜ୍ୟରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା। କାରଣ ବିଜେଡିରେ କୌଣସି ନେତାଙ୍କୁ ନେଇ ଏମିତି ଅଭିଯୋଗର ଶୁଣାଣି ବିରଳ ବୋଲି ଚର୍ଚ୍ଚା ହେଉଛି। ପ୍ରଶ୍ନ ଉଠୁଛି ଗଣମାଧ୍ୟମ ଖବର କି ଦଳୀୟ କର୍ମକର୍ତ୍ତାଙ୍କ ରିପୋର୍ଟ ଆଧାରରେ ଗୋଟିଏ ଝଟକାରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବିଜେଡି ସୁପ୍ରିମୋଙ୍କୁ ଏବେ ଏତେ କସରତ କରିବାକୁ ପଡୁଛି କାହିଁକି? ସୁଚିନ୍ତିତ ଭାବେ ଷଡଯନ୍ତ୍ର କରି ବୈଜୟନ୍ତ ବିରୋଧୀ ପରିବେଶ ତିଆରି କରାଯାଉଥିବା ମତ ପ୍ରକାଶ ପାଉଛି। କାଳେ ହଠାତ୍ କୌଣସି ପଦକ୍ଷେପ ନେଲେ ନିନ୍ଦିତ ହେବେ, ନେତା ସେହି ଆଶଙ୍କା ଘାରିନି?  ବୈଜୟନ୍ତ ଅଭିଯୋଗ ଅନୁଯାୟୀ ତୃତୀୟ ମହଲା ରିଙ୍ଗମାଷ୍ଟରଙ୍କ ଚାପରେ ଏ ଚକ୍ରବ୍ୟୂହ ରଚନା କରାଯାଇଛି। ତେବେ ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ସବୁ ପରିସ୍ଥିତି ସମାନ ନୁହେଁ। ଅନ୍ୟପକ୍ଷରେ ବୈଜୟନ୍ତ ଦଳ ବିରୋଧରେ କିଛି କହିନାହାନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ।

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି-“ସାଂସଦ ପଣ୍ଡା ଦଳ ବିରୋଧୀ କାର୍ଯ୍ୟ କିଛି କରି ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ତାଙ୍କର ଆନୁଗତ୍ୟ ବଜାୟ ରଖିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଅନୁସନ୍ଧାନ ପାଇଁ ଦେଇଥିବା ନିର୍ଦ୍ଦେଶକୁ ସେ ସ୍ୱାଗତ କରିଛନ୍ତି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ସବୁ ସ୍ଥିତି ସମାନ ନୁହେଁ। ଯେଉଁମାନେ ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁମାନେ ଗଣମାଧ୍ୟମକୁ ମଧ୍ୟମ କରି ଲୋକାୟିତ ଭାବେ ଟିପ୍ପଣୀ ଦେଉଛନ୍ତି, ସେ କ୍ଷେତ୍ରରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ସେଥିପାଇଁ ଦଳର ସଭାପତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।”

କେନ୍ଦ୍ରାପଡ଼ାର ନିର୍ଦ୍ଦିଷ୍ଟ ଗୋଷ୍ଠୀ ନବୀନଙ୍କ ପାଖରେ ଫେରାଦ ହେବା, ଜିଲ୍ଲା ସଭାପତି ଧୃବ ସାହୁ  ବୈଜୟନ୍ତଙ୍କ ବିରୋଧରେ ରିପୋର୍ଟ ଦେବା, ଦୁଇ ଜଣ ପର୍ଯ୍ୟବେକ୍ଷକଙ୍କୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯିବା ଆଦି ଘଟଣା ଷଡ଼ଯନ୍ତ୍ର ନେଇ ସନ୍ଦେହ ସୃଷ୍ଟି କରୁଛି। ନବୀନ ନୀବାସକୁ ଅଭିଯୋଗ ପାଇଁ ଆସୁଥିବା କର୍ମୀଙ୍କ କଥାରୁ ମଧ୍ୟ ଚକ୍ରାନ୍ତର ଗନ୍ଧ ବାରି ହେଉଛି। ଅଭିଯୋଗ କରିବାକୁ ସିନା ନେତାଙ୍କ ସହ ଆସୁଛନ୍ତି ତେବେ ବୈଜୟନ୍ତ କରିଥିବା ବିକାଶର କଥା କହୁଛନ୍ତି।

Related story